ଶିକ୍ଷକ ଓ ଶିକ୍ଷୟତ୍ରୀ ବଦଳିକୁ ନେଇ ଓଡ଼ିଶା ସରକାର ଙ୍କ ନୂଆ ନିୟମ…

ଗୌତମ ମିଶ୍ର(ଭୁବନେଶ୍ବର):ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ, ଓଡ଼ିଶା ସରକାର ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ଯରେ ହେବ। ଶିକ୍ଷକମାନେ ନିଜ ଜିଲାରେ ନିଯୁକ୍ତି ପାଇବେ ନାହିଁ। ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ।

ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲାକୁ ବଦଳି ହୋଇପାରିବେ। ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାମ କରିଥିବା ଶିକ୍ଷକମାନେ ଏହି ଜିଲାଗୁଡ଼ିକରେ ନିଯୁକ୍ତ ହେବେ।

ଯଦି ସ୍ବାମୀ-ସ୍ତ୍ରୀ ଉଭୟ ସରକାରୀ କର୍ମଚାରୀ ହୋଇଥାନ୍ତି, ସେମାନଙ୍କୁ ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ମିଳିବ। ଅବସର ପୂର୍ବରୁ ୨ ବର୍ଷ ବାକିଥିବା ଶିକ୍ଷକମାନେ ବର୍ତ୍ତମାନ ସ୍ଥାନରେ ରହିପାରିବେ କିମ୍ବା ନିଜ ଜିଲାକୁ ବଦଳି ହୋଇପାରିବେ।

ସେୟାର କରନ୍ତୁ

Next Post

ଶିକ୍ଷାବିଭାଗରଘଣ୍ଟଘୋଡ଼ା ନୀତି ସ୍କୁଲରେ ଝୁଲୁଛି ତାଲା,ଷାଣ୍ମାସିକ ପରୀକ୍ଷାରୁ ବଞ୍ଚିତ ୨୨୦ପିଲା...

Tue Sep 23 , 2025
ବରଗଡ଼୨୩/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧିନ ରେ ଥିବା ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନା ଗେଟ୍ ରେ ତାଲା,ହେଲେ ପଛ ପଟେ ଖୋଲା ମେଳା,ଷାଣ୍ମାସିକ ପରୀକ୍ଷାରୁ ବଞ୍ଚିତ ପିଲା।ସେ ଭିତ୍ତି ଭୂମି କଥା ହେଉକି ଶିକ୍ଷା ବ୍ୟବସ୍ଥା କଥା। ଚାରିଆଡେ଼ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଏବେ ତାଲା ଝୁଲିବା ଆରମ୍ଭ କରି ପଢୁଆ ପିଲା ରାସ୍ତା କୁ ଓହ୍ଲାଇବା ଶିଖି ଗଲେଣି।ହେଲେ ବିଭାଗୀୟ […]

You May Like

Pin It on Pinterest