
କଟକ(ସଂଜୟ ଶତପଥୀ): କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ମଣ୍ଡଳ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖୁଣ୍ଟୁଣୀ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି।
ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ଚୋରା ମଦ କାରବାର ବିଷୟରେ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ଆଠଗଡ଼ ମଣ୍ଡଳ ଅବକାରୀ ନିରୀକ୍ଷକ ଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଆଧାର କରି ନିରୀକ୍ଷକ ଶ୍ରୀ ପ୍ରଧାନ ସଦଳବଳେ କଟକ ଜିଲ୍ଲା ର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଅ,ଖଣ୍ଡୁଆଳି,ପଟିଆସାହି, ସଡ଼କ ସାହି, କୃଷ୍ଣପୁର,ମଗଧ ଓ କଅଁସର ଗ୍ରାମ ରେ ଚଢାଉ କରି ୧୯୬୦ ଲିଟର ଦେଶୀମଦ ସହ ୧୫୬୪୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ଗୁଡ଼,ପୋଚ ଜବତ କରି ନଷ୍ଟ କରିବା ସହ ପ୍ରସ୍ତୁତକାରୀ ଙ୍କ ବିରୁଦ୍ଧରେ ବିହାର ଓ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ୬ ଟି ମାମଲା ରୁଜ୍ଜୁ କରିଛନ୍ତି।
ଅବକାରୀ ନିରୀକ୍ଷକ ଶ୍ରୀ ପ୍ରଧାନ ଙ୍କ ନେତୃତ୍ବରେ ଏହି ମିଳିତ ଚଢାଉ ରେ ଆଠଗଡ଼ ଅବକାରୀ ବିଭାଗ ର ଉପ-ନିରୀକ୍ଷକ ଶ୍ରୀ ସୈ।ମ୍ଯ ରଞ୍ଜନ ବେହେରା, ବାଙ୍କୀ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ବିଶ୍ଵଜିତ ଆରୁଖ, ନରସିଂହପୁର ସହକାରୀ ଉପ-ନିରୀକ୍ଷକ ଶ୍ରୀ ସୈ।ମ୍ଯ ରଞ୍ଜନ ବେହେରା, ଜିଲ୍ଲା ଭ୍ରାମ୍ୟମାଣ ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ବି.ବର୍ମା, ଖୁଣ୍ଟୁଣୀ ଥାନା ଅଧିକାରୀ ଓ ଦଳ ଏବଂ ଖୁଣ୍ଟୁଣୀ ବନବିଭାଗ ରେଞ୍ଜ ଅଧିକାରୀ ଓ ଦଳ ଏହି ଚଢାଉ ରେ ସାମିଲ ହୋଇଥିଲେ। ଜିଲ୍ଲା ଅବକାରୀ ବିଭାଗର ଏହି ସଫଳତା ପାଇଁ ସ୍ଥାନୀୟ ବାସିନ୍ଦା ଅବକାରୀ ବିଭାଗ କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ପରି ଚଢ଼ାଉ ଜାରି ରହିବ ଏବଂ ଚୋରା ମଦ କାରବାର କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ପ୍ରକାଶ କରିଛନ୍ତି।



