ସାଂସ୍କୃତିକ ବିକାଶ ସଂଘ,ସେକ୍ଟର ‌-୧୩ ର ସମାଜ କଲ୍ୟାଣ କାର୍ଯ୍ୟକ୍ରମ…

କଟକ(ବା.କ):ସାଂସ୍କୃତିକ ବିକ ବିକାଶ ସଂଘ, ସେକ୍ଟର -୧୩, କଟକ, ବିଗତ ବର୍ଷ ଗୁଡିକରେ ବିଭିନ୍ନ ସାଂସ୍କୃତିକ, ଧାର୍ମିକ, ସାମାଜିକ ଓ ସେବା ମୂଳକ କାର୍ଯ୍ୟ ନିରନ୍ତର ଭାବେ ଆୟୋଜନ କରି ସେକ୍ଟର -୧୩ ଅଧିବାସୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସୃଷ୍ଟି କରିଛି।

ପ୍ରତି ବର୍ଷ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ବରିଷ୍ଠ ନାଗରିକ ମାନଙ୍କ ଯୋଗ ଶିବିର,ସରସୁତୀ ପୂଜା, ହନୁମାନ ଜୟନ୍ତୀ ଉପଲକ୍ଷେ ପଣା ବିତରଣ, ଗରିବ ଓ ନିରାଶ୍ରୟ ଙ୍କୁ ଶୀତ କାଳ ରେ ଚାଦର ବିତରଣ, ରାତ୍ରି ରେ ଅନାଥ ଓ ଅସୁସ୍ଥ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବିତରଣ, ଶ୍ରାବଣ ମାସରେ କାଉଡ଼ିଆ ଭକ୍ତ ମାନଙ୍କୁ ସହାୟତା, ରୋଟାରୀ କ୍ଲବ୍ ର ସହଭାଗିତା ରେ ମିଳିତ ସ୍ବାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଆୟୋଜନ କରି ସଂଘ ନିରନ୍ତର ଭାବେ ମାନବି ସେବାର ଏକ ମିଶନ ଭଳି କାର୍ଯ୍ୟ କରି ଚାଲିଅଛି।

ସାଂସ୍କୃତିକ ବିକାଶ ସଂଘ (CULTURAL DEVELOPMENT ASSOCIATIO ION) ପ୍ରୟାସ ଓ ନିରନ୍ତର ଅନୁରୋଧ ରେ ବର୍ତ୍ତମାନ ର ଓଡ଼ିଶା ସରକାର ଓ ସିଡିଏ କାର୍ଯ୍ୟାଳୟ, ସେକ୍ଟର -୧୩ ପାଇଁ ଅଟଳ ପାର୍କ ଯୋଜନାରେ ୪ କୋଟି ଟଙ୍କା ମଞ୍ଜୁରି, ନୂତନ ସ୍ବାସ୍ଥ୍ୟ କେନ୍ଦ୍ର, କଲ୍ୟାଣ ମଣ୍ଡପ, କ୍ରୀଡା କମ୍ପ୍ଲେକ୍ସ,ସୁରେଜ୍ ଟିଟମେଣ୍ଟ ପ୍ଲାଣ୍ଟ ଓ ସେକ୍ଟର ର ସମସ୍ତ ରାସ୍ତା ର ପୁର୍ଣ୍ନ ନିର୍ମାଣ ଇତ୍ୟାଦି ‌‌ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର କରି ଥୁବାରୁ ସଂଘ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି।

ସମସ୍ତ ମଞ୍ଜୁରି ପ୍ରାପ୍ତ ପକଳ୍ପ କୁ ନିବସୀ ଙ୍କ ସୁବିଧା ନିମନ୍ତେ ତୁରନ୍ତ ନିର୍ମାଣ କାର୍ଯ୍ୟ ତୁରାନିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତି କରିବାକୁ ସିଡିଏ ଉପାଦକ୍ଷ, ସମ୍ପାଦକ ଓ ବିଭାଗୀୟ ମନ୍ତ୍ରୀ ଡ: କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କୁ ଅନୁରୋଧ କରାଯାଇଛି।

ସେୟାର କରନ୍ତୁ

Next Post

୧୯ ବିଭାଗର ଦରମା ବନ୍ଦ କଲେ ଜିଲ୍ଲାପାଳ,ନିଜେ କରିବେ ତଦନ୍ତ....

Sat Nov 29 , 2025
କେନ୍ଦ୍ରାପଡ଼ା୨୮/୧୧(ରାକେଶ ମହାନ୍ତି): ସରକାରଙ୍କ ସମସ୍ତ ନଥିପତ୍ର କାମ ଅନ୍‌ଲାଇନ୍‌ରେ ହେବା ହାତଲେଖା ଫାଇଲ୍‌ରେ ଆଉ କାମ ହେବ ନାହିଁ। ରାଜ୍ୟ ସରକାର ଏଥିପାଇଁ ଅନ୍‌ଲାଇନ୍‌ରେ ରାଜ୍ୟ ୱାର୍କ-ପ୍ଲେ ଅଟୋମେସନ୍ ସିଷ୍ଟମ୍ ବା ଓସ୍ବାସ୍ ଜରିଆରେ ଡିଜିଟାଲ୍ ଫାଇଲ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ। ପ୍ରାଶାସନିକ ସ୍ତରରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ସରକାରଙ୍କ ଏହି ଆଦେଶକୁ ନ ମାନି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ୧୯ଟି ବିଭାଗ ଫସିଛନ୍ତି। ଜିଲ୍ଲାପାଳ […]

You May Like

Pin It on Pinterest