୧୯ ବିଭାଗର ଦରମା ବନ୍ଦ କଲେ ଜିଲ୍ଲାପାଳ,ନିଜେ କରିବେ ତଦନ୍ତ….

କେନ୍ଦ୍ରାପଡ଼ା୨୮/୧୧(ରାକେଶ ମହାନ୍ତି): ସରକାରଙ୍କ ସମସ୍ତ ନଥିପତ୍ର କାମ ଅନ୍‌ଲାଇନ୍‌ରେ ହେବା ହାତଲେଖା ଫାଇଲ୍‌ରେ ଆଉ କାମ ହେବ ନାହିଁ। ରାଜ୍ୟ ସରକାର ଏଥିପାଇଁ ଅନ୍‌ଲାଇନ୍‌ରେ ରାଜ୍ୟ ୱାର୍କ-ପ୍ଲେ ଅଟୋମେସନ୍ ସିଷ୍ଟମ୍ ବା ଓସ୍ବାସ୍ ଜରିଆରେ ଡିଜିଟାଲ୍ ଫାଇଲ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ। ପ୍ରାଶାସନିକ ସ୍ତରରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା।

ମାତ୍ର ସରକାରଙ୍କ ଏହି ଆଦେଶକୁ ନ ମାନି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ୧୯ଟି ବିଭାଗ ଫସିଛନ୍ତି। ଜିଲ୍ଲାପାଳ ଏହାକୁ ଗୁରୁତ୍ବର ସହିତ ନେଇ ସଂପୃକ୍ତ ବିଭାଗର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଚଳିତମାସର ଦରମା ବିଲ୍‌ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଜି ଏ ନେଇ ଜିଲ୍ଲାପାଳ ଜିଲ୍ଲା କୋଷଗାର ଅଧିକାରୀଙ୍କୁ ଚିଠି କରିବା ପରେ ପ୍ରାଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ସରକାରୀ ବ୍ୟବସ୍ଥାରେ କାଗଜପତ୍ରରେ କାମ କରା ନଯିବାରଲକ୍ଷ୍ୟ ନେଇ`ଓସ୍ବାସ୍’ ଆରମ୍ଭ କରାଯାଇଥିଲା। ଅନ୍‌ଲାଇନ୍‌ରେ ଏହି ସାଇଟ୍ ଜରିଆରେ ସମସ୍ତ ପ୍ରକାର ସରକାରୀ ନଥିପତ୍ର କାମ କରାଯିବ ବୋଲି ନିର୍ଦ୍ଦେଶ ଥିଲା ଏହାଦ୍ଵାରା ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହିତ ଜନସାଧାରଣଙ୍କୁ ତ୍ବରିତ ସେବା ବା ସୁବିଧା ମିଳିପାରିବ ବୋଲି କୁହାଯାଇଥିଲା। ହେଲେ ପ୍ରାଶାସନିକ ସ୍ତରରେ ଏହାର କାର୍ଯ୍ୟକାରିତାରେ ଚରମ ଅବହେଳା ଦେଖିବାକୁ ମିଳିଛି ଜିଲ୍ଲାପାଳ ଏଥିପାଇଁ ଭୀଷଣ କ୍ଷୁବ୍ଧ ହେବା ସହିତ ଓସ୍ବାସ୍ ଜରିଆରେ ଡିଜିଟାଲ୍ ଫାଇଲ୍ କାମ କରୁ ନଥିବା ୧୯ଟି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦରମା ବନ୍ଦ ରୂପକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଏହି ବିଭାଗ ଭିତରେ ଆଳି ସାଲାଇନ୍ ଡିଭିଜନ୍, କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍, ଉଠା ଜଳସେଚନ ଡିଭିଜନ୍ ଠାରୁ ନେଇ ରାଜନଗରସ୍ଥିତ ଲୁଣା ଜଙ୍ଗଲ (ବନ୍ୟପ୍ରାଣୀ) ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଏସ୍‌ଡିପିଓ ଅଫିସ୍, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଫିସ୍, ଜିଲ୍ଲା ଭେଟେରିନାରି ହସ୍ପିଟାଲ୍ ଆଦି ଗୁରୁତ୍ବପୂର୍ଣ୍ଣ ସରକାରୀ ଅଫିସ୍ ରହିଛି।

ଏହାବାଦ୍ ବିଭିନ୍ନ ବ୍ଳକ୍‌କ୍ର ପଞ୍ଚାୟତ ସମିତି କାର୍ଯ୍ୟାଳୟ, କୃଷି ଅଧିକାରୀ କାର୍ଯ୍ୟାଳୟ, ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ଉପ-କୋଷାଧ୍ୟକ୍ଷ କାର୍ଯ୍ୟାଳୟ ଇତ୍ୟାଦି ମଧ୍ୟ ଦରମା ବନ୍ଦ ତାଲିକାରେ ରହିଛି। ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ଉପରୋକ୍ତ ବିଭାଗଗୁଡ଼ିକର ଦରମା ନ କରିବାକୁ ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। ଗୋଟିଏପଟେ କଟକ ଜିଲ୍ଲାରେ ଜିଲ୍ଲାପାଳ ଜନଶୁଣାଣିରେ ଆସୁଥିବା ଅଭିଯୋଗଗୁଡ଼ିକୁ ସମାଧାନ କରିବାରେ ଅବେହଳା କରିଥିବା ଅଧିକାରୀଙ୍କ ଦରମା ବନ୍ଦ କରି ଚର୍ଚ୍ଚାରେ ଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଡିଜିଟାଲ୍ ଫାଇଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରି ନଥିବା ବିଭାଗଗୁଡ଼ିକର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ଦେଇଛନ୍ତି ଯାହା ବର୍ତମାନ ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟରେ କର୍ମଚାରୀଙ୍କ ଦକ୍ଷତା କୁ ନେଇ ପ୍ରଶ୍ନ ଉଠିଛି।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା

Thu Dec 4 , 2025
କଟକ(ବାସ୍ତବ କଥା): ଆଜି କଟକ ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ପୁଣି ଏକ ସଫଳତା ତଥା ମଦ ନୁହେଁ ଜୀବନ ସଚେତନତା ବାର୍ତ୍ତା ଉଲଂଘନକାରୀ ଙ୍କୁ ଜବରଦସ୍ତ ଧକ୍କା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଚୋରା ମଦ କାରବାର କୁ ଚଢ଼ାଉ କରିବା ସହ ଚୋରା ମଦ ଚାଲାଣ ଓ ପ୍ରସ୍ତୁତକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

You May Like

Pin It on Pinterest