ଭିଜିଲାନ୍ସ ଜାଲରେ ଥାନାଧିକାରୀ…

ଭୁବନେଶ୍ୱର(ବାସ୍ତବ କଥା): ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଥାନାଧିକାରୀ। ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ଯେ, କଟକ କମିଶନରେଟ୍ ପୋଲିସ୍ ଅଧୂନରେ ଥିବା ସି.ଆର୍.ଆର୍.ଆଇ ଥାନାର ଭାର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଜୟ କୁମାର ବାରିକ ଜନୈକ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟ ଙ୍କୁ ମଦ ବ୍ୟବସାୟ କରିବାରେ ସହଯୋଗ କରିବା ଲାଗି ଟ.୪୦,୦୦୦/- ଲାଞ୍ଚ ନେଉଥିଲା ବେଳେ ଭୁବନେଶ୍ୱର ର ରାଜମହଲ ଛକ ଠାରେ ଓଡିଶା ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି।

ଧରା ପଡିବା ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ବାରିକ ଙ୍କ ଠାରୁ ଲାଞ୍ଚ ନେଉଥିବା ଟଙ୍କା ୪୦,୦୦୦/- ଜବତ କରାଯିବା ସହ ସଂଶୋଧିତ ଆଇନ୍ ୨୦୧୮ ର ୭ ପି.ସି ଧାରା ଅନୁଯାୟୀ ଭିଜିଲାନ୍ସ ପୋଲିସ୍ ମାମଲା ନମ୍ବର ୧/୨୦୨୬ ରେ ମାମଲା ରୁଜ୍ଜୁ କରାଯାଇଛି। ଅଧିକ ତଦନ୍ତ ଲାଗି ଥାନଧୂକାରୀ ଶ୍ରୀ ବାରିକ ଙ୍କୁ ଭିଜିଲାନ୍ସ ବିଭାଗ ନିଜ ହେପାଜତକୁ ନେବା ସହ ଶ୍ରୀ ବାରିକ ଙ୍କ ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ଏହା ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଞ୍ଚ ବିରୁଦ୍ଧରେ ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷ ର ଭେଟି ବୋଲି ଜନସାଧାରଣ ରେ ଆଲୋଚନା ହେଉଛି।

ସେୟାର କରନ୍ତୁ

Next Post

ଓଡ଼ିଶା ୬ଷ୍ଠ ବାଟାଲିୟନ ର ଅନ୍ତ-ରାଜ୍ୟସ୍ତରୀୟ କମାଣ୍ଡୋ ପ୍ରତିଯୋଗିତାରେ ସଫଳତା

Sun Jan 4 , 2026
କଟକ(ବାସ୍ତବବ୍ୟୁରୋ): ଓଡ଼ିଶା ପୋଲିସ୍ ବାହିନୀ ର ଦକ୍ଷତା ବୃଦ୍ଧି ଦିଗରେ ଅଧିକ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ୮ମ ଅନ୍ତ-ରାଜ୍ଯସ୍ତରୀୟ କମାଣ୍ଡୋ ପ୍ରତିଯୋଗିତା ଚନ୍ଦକା ସ୍ଥିତ ଓଡ଼ିଶା ପୋଲିସ୍ ବାହିନୀ ର ସ୍ପେଷାଲ୍ ଅପରେସନ୍ ଗୃପ ପରିସରରେ ତ୍ରିଦିବସୀୟ ତଥା ତା ୨୩/୧୨/୨୦୨୫ ରିଖ ଠାରୁ ତା ୨୬/୧୨/୨୦୨୫ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୬ଷ୍ଠ ବାଟାଲିୟନ,କଟକ, ୪ର୍ଥ […]

You May Like

Pin It on Pinterest