ଆଜିର ଖାସ୍ ଖବର

ଆଜି ରାଜ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏଥିମଧ୍ୟରୁ ୨୦୩୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩୭୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ , ଆଜି ସାତପୁରୀ ତାଡ଼ ବିଜେ ।

SBI ରିପୋର୍ଟ : କରୋନା ପ୍ରହାରରେ ରାଜ୍ୟ ଅର୍ଥନୀତି ଅବସ୍ଥା ସାଂଘାତିକ, ମୁଣ୍ଡପିଛା ୧୪,୭୪୫ କ୍ଷତି ସହିବେ ଓଡିଆ, ରାଜ୍ୟ ହରାଇବ ୬୮ହଜାର କୋଟି ।

ଘରୋଇ ସ୍କୁଲରେ ୨୫% ସିଟ ସଂରକ୍ଷଣ ନିୟମ କଡ଼ାକଡ଼ି ହେବ ।

ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ।

ଦେଶରେ ୨୭, ୦୨, ୭୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୯,୭୭,୭୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୫୧, ୭୯୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୭୩, ୧୬୬ ରହିଛି ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସରକାରୀ ଭାବେ ଶିକ୍ଷା ମନ୍ତ୍ରାଳୟ ହେଲା ।

ୟୁପିର କେଜିଏମ୍‌ୟୁରେ ଖୋଲିଲା ଦେଶର ସବୁଠାରୁ ବଡ଼ ପ୍ଲାଜ୍‌ମା ବ୍ୟାଙ୍କ ।

ସାରା ବିଶ୍ୱରେ କୋଭିଡ-୧୯ ଯୋଗୁଁ ୭ ଲକ୍ଷ ୭୬ ହଜାର ୮୬୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ୨ କୋଟି ୨୦ ଲକ୍ଷ ୩୬ ହଜାର ୫୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୪୭ ଲକ୍ଷ ୭୮ ହଜାର ୩୫୪ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ ୮୧ ହଜାର ୩୧୩  ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ଖବର

Tue Aug 18 , 2020
ବାସ୍ତବ ବ୍ୟୁରୋ-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ବଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବାରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି […]

You May Like

Pin It on Pinterest