କଟକ ଜିଲ୍ଲା ଅବକାରୀ ବିଭାଗ ପନ୍ଝାରେ ୨ ହିରୋଇନ୍ ବେପାରୀ

କଟକ(ବାସ୍ତବବ୍ୟୁରୋ): କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକ ର ୨ ଟି ଯାଗାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ହିରୋଇନ୍ ଜବତ କରାଯିବା ସହ ୨ ଜଣ ହିରୋଇନ୍ ବେପାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଜଣାଯାଏ ଯେ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଥାନା-୩ ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରାଜେଶ କୁମାର ପଟେଲ ଙ୍କ ନେତୃତ୍ବରେ ଏକ ଟିମ୍ କଟକ ର ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିକଟସ୍ଥ ଗୋବିନ୍ଦପୁର ନିକଟରୁ ସତୀଚୈ।ରା ର ୩୪ ବର୍ଷର ଯୁବକ ଶ୍ରୀ ରାଜୁ ଜେନା ଙ୍କ ଠାରୁ ବିକ୍ରି ଲାଗି ରଖୂଥୂବା ୭୬ ଗ୍ରାମ ହିରୋଇନ୍ ଯାହାର ମୂଲ୍ୟ ଆନୁମାନିକ ଟ.୭,୬୦,୦୦୦ /- ଜବତ କରିବା ସହ ଚୋରା ହିରୋଇନ୍ ବେପାରୀ ଙ୍କୁ ଅବକାରୀ ଆଇନ୍ ର ଏନ୍.ଡି.ପି.ଏସ୍-୧୯୮୫ ଧାରା ୨୧(ଖ) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଅନୁରୁପ ଢଙ୍ଗରେ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ(ଗ୍ରାମାଞ୍ଚଳ) ଶ୍ରୀମତୀ ମାନସୀ ନାୟକ ସଦଳବଳେ କଟକ ସତୀଚୈ।ରା ର ୩୨ ବର୍ଷର ଯୁବକ ସେଖ୍ ଅନଓ୍ବର କଟକ ବାଲିକୁଦା ଛକ ଟ୍ରାଫିକ ପୋଷ୍ଟ ନିକଟରେ ବିକ୍ରି ଲାଗି ନିଜ ଆକ୍ଟିଭା ସ୍କୁଟିରେ ଆଣିଥୂବା ୧୮୫ ଗ୍ରାମ୍ ହିରୋଇନ୍ ଯାହାର ଆନୁମାନିକ ମୂଲ୍ୟ ଟ.୧୯,୩୦,୦୦୦/- ଜବତ କରିବା ସହ ବ୍ରାଉନସୁଗାର ବେପାରୀ ସେଖ୍ ଅନଓ୍ବାର ଙ୍କୁ ଗିରଫ ଓ ବ୍ୟବହୃତ ଆକ୍ଟିଭା ସ୍କୁଟିକୁ ଜବତ କରି ଅବକାରୀ ଆଇନ ଏନ୍.ଡି.ପି.ଏସ୍ -୧୯୮୫ ର ଧାରା ୨୧(ଖ) ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହା କଟକ ଜିଲ୍ଲା ର ନୂତନ ବର୍ଷ ର ପ୍ରଥମ ଥର ଲାଗି ଏତେ ପରିମାଣର ହିରୋଇନ୍ ଜବତ ହେବା ଏକ ରେକର୍ଡ଼।

ଏହି ଚଢାଉ କାର୍ଯ୍ୟକ୍ରମ ରେ ଅବକାରୀ ନିରୀକ୍ଷକ ଶ୍ରୀମତୀ ନାୟକ ଓ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପଟେଲ ଙ୍କ ସହ ଅବକାରୀ ଉପ- ସହକାରୀ ନିରୀକ୍ଷକ ଶ୍ରୀମତୀ ରଶ୍ମିତା ଦେହୁରୀ, କନେଷ୍ଟବଳ ଶ୍ରୀ ଚନ୍ଦନ କୁମାର ସିଂହ, କନେଷ୍ଟବଳ ଶ୍ରୀ ରଞ୍ଜନ କୁମାର ଭୋଇ, କନେଷ୍ଟବଳ ଶ୍ରୀମତୀ ପ୍ରିୟତମା ରଥ, କନେଷ୍ଟବଳ ଶ୍ରୀ ବିକାଶ ଚନ୍ଦ୍ର ପ୍ରଧାନ ଓ ଶ୍ରୀମତୀ ଦମୟନ୍ତୀ ଲେଙ୍କାଙ୍କ ସହ ଅନ୍ୟ ଅଧୂକାରୀ ମାନେ ସାମିଲ ହୋଇଥିଲେ। ଗଣମାଧ୍ୟମ ଙ୍କ ପ୍ରଶ୍ନ ର ଉତ୍ତର ରେ ସମସ୍ତ ଶ୍ରେୟ ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ଙ୍କର ବୋଲି ଚଢ଼ାଉ ରେ ସାମିଲ ଅଧିକାରୀ ମାନେ ମତପ୍ରକାଶ କରିଥିଲେ।

ସେୟାର କରନ୍ତୁ

Next Post

ଦୁଇ ଅଭ୍ୟାସଗତ ଛିନତାଇ ଅପରାଧୀ ଙ୍କୁ ବାନ୍ଧିଲା ପୁରୀଘାଟ ପୋଲିସ୍....

Sat Jan 10 , 2026
କଟକ(ବାସ୍ତବବ୍ୟୁରୋ): କଟକ ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିବା ଦେଖି କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅପରାଧୀଙ୍କ ଉପରେ କଡା ନଜର ରଖୂଛି କଟକ ପୋଲିସ୍। ବିଭିନ୍ନ ସ୍ଥାନରେ, ବିଭିନ୍ନ ସମୟରେ ଚଢ଼ାଉ, ଜାରି ରହିଥିବା ବେଳେ ଆଜି ଏହି ଅପରେସନ ରେ ୨ ପେଷାଦାର ତଥା ଅଭ୍ୟାସଗତ ଅପରାଧୀ ଙ୍କୁ ଗିରଫ କରିଛି ପୁରୀଘାଟ ପୋଲିସ୍। ଜଣାଯାଏ ଯେ ଗତ ତା ୦୬/୦୧/୨୦୨୬ […]

You May Like

Pin It on Pinterest