କଟକ ଜିଲ୍ଲା ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ,ଚୋରା ଗଞ୍ଜେଇ ଜବତ…

କଟକ(ବାସ୍ତବକଥା): ବର୍ତ୍ତମାନ କଟକ ଜିଲ୍ଲାରେ ଚିନ୍ତା ବଢ଼ାଇଛି ଚୋରା ଗଞ୍ଜେଇ ବ୍ୟବସାୟ। ଏହି ପରିପ୍ରେକ୍ଷୀରେ ସଜାଗ ହୋଇ ରହିଛି ଜିଲ୍ଲା ଅବକାରୀ ବିଭାଗ। ବାରମ୍ବାର ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗଞ୍ଜେଇ କୁ ସଫଳ ହୋଇଛି କଟକ ଜିଲ୍ଲା ଅବକାରୀ ବିଭାଗ। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକର ଦୁଇଟି ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରାଯିବା ସହ ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜିଲ୍ଲା ଅଧୂକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ କଟକ ସଦର ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟ ଙ୍କ ନେତୃତ୍ୱରେ ତଥା ଭାରପ୍ରାପ୍ତ ଅବକାରୀ ଅଧିକାରୀ (୧ ଏବଂ ୨ କଟକ ଅବକାରୀ ଥାନା) ଶ୍ରୀ ତରୁଣ କୁମାର ପାତ୍ର ଓ ଭାରପ୍ରାପ୍ତ ଅବକାରୀ ଅଧିକାରୀ (୩ କଟକ ଅବକାରୀ ଥାନା) ଶ୍ରୀ ରାଜେଶ କୁମାର ପଟେଲ ସଦଳବଳେ କଟକର ପୁରୀଘାଟ ଥାନା ଅନ୍ତର୍ଗତ ବ୍ଲୁ ଲାଗୁନ୍ ହୋଟେଲ ନିକଟରୁ ୨୩ ବର୍ଷୀୟ ଯୁବକ ଶ୍ରୀ ରାଜେଶ କୁମାର ବେହେରା ଙ୍କ ଠାରୁ ଆନୁମାନିକ ଟ.୧,୬୦,୦୦୦ ଙ୍କା ମୂଲ୍ୟ ର ୧୬ କି.ଗ୍ରା ଚୋରା ଗଞ୍ଜେଇ ଜବତ କରିବା ସହ ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରିଛନ୍ତି।

ଅନୁରୁପ ଢଙ୍ଗରେ ଏହି ଦଳ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର କେନାଲ ରୋଡ ରେ ଅଚାନକ ଚଢ଼ାଉ କରି ୪୨ ବର୍ଷ ବୟସ୍କ ଚୋରା ଗଞ୍ଜେଇ ବେପାରୀ ଶ୍ରୀ ପ୍ରସନ୍ନ ରାଉତ ଙ୍କଠାରୁ ଆନୁମାନିକ ଟ.୧,୨୦,୦୦୦/ଙ୍କା ମୂଲ୍ୟ ର ୧୨ କି.ଗ୍ରା ଗଞ୍ଜେଇ ଜବତ କରିଛନ୍ତି। ଏହି ଦୁଇ ଚୋରା ଗଞ୍ଜେଇ ବେପାରୀ ଙ୍କୁ ଅବକାରୀ ଆଇନ୍ ୧୯୮୫ ର ଧାରା ୨୦(ବି) ଅନୁଯାୟୀ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି। ଏହି ଚଢାଉ ରେ କଟକ ଜିଲ୍ଲା ଅବକାରୀ ବିଭାଗର ସହକାରୀ ଉପ-ନିରୀକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ମାଝୀ, ଶ୍ରୀମତୀ ସୁନିତା ଏଣ୍ଡ, ଶ୍ରୀମତୀ ରଶ୍ମିତା ଦେହୁରୀ ଓ କନେଷ୍ଟବଳ ଶ୍ରୀମତୀ ବାସନ୍ତୀ ସଲିମା, ଶ୍ରୀମତୀ ପ୍ରିୟତମା ରଥ, ଶ୍ରୀ ଦୀପକ କୁମାର ସାହୁ, ଶ୍ରୀ ଚନ୍ଦନ ସିଂ, ଶ୍ରୀ ରଞ୍ଜନ ଭୋଇ, ଶ୍ରୀ ରମାକାନ୍ତ ରାଉତ, ଶ୍ରୀ ସୈ। ମ୍ଯରଞ୍ଜନ ବେହେରା, ଶ୍ରୀ ସୈ।ରଜୀତ୍ ମହାପାତ୍ର, ଶ୍ରୀ ବିକାଶ ପ୍ରଧାନ ଓ ଶ୍ରୀମତୀ ପ୍ରେମାଞ୍ଜଳୀ ତିର୍କୀ ପ୍ରମୁଖ ସାମିଲ ଥିଲେ। ଏହିଭଳି ଚଢାଉ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

You May Like

Pin It on Pinterest