ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା…

କଟକ(ସଂଜୟ ଶତପଥୀ):ସାମ୍ପ୍ରତିକ ପରିସ୍ଥିତିରେ ସାରା ବିଶ୍ୱରେ ଯୁଦ୍ଧକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରେ ଇନ୍ଧନ ଗ୍ୟାସ ଓ ତୈଳ ଦର ବୃଦ୍ଧି ପାଇଛି। କିନ୍ତୁ ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ କଟକଣା ଯୋଗୁଁ ସମଗ୍ର ଓଡ଼ିଶାରେ ରୋଷେଇ ଘରେ ବିପ୍ଳବ ଦେଖାଦେଇଛି। ଏହି ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି କଟକ ମହାନଗର ନିଗମର ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ର ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ଅନିତା ବେହେରା ଙ୍କ ଆହ୍ବାନ କ୍ରମେ ଏକ ପ୍ରତିବାଦ ସଭା ବକ୍ସି ବଜାର ଗୋଲେଇ ଛକ ଠାରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଶ୍ରୀମତୀ ବେହେରା ଙ୍କ ସହ ବରିଷ୍ଠ ନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ସିଂ, କର୍ପୋରେଟର ଶ୍ରୀମତୀ ଏ.ଶ୍ରୀଦେବୀ, କର୍ପୋରେଟର ଶ୍ରୀମତୀ ବନଲତା ପ୍ରଧାନ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ, ବିଜୁ ଜନତା ଦଳ ର କଟକ ନଗର ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ ଓ ବହୁ ମହିଳା କର୍ମୀ ଯୋଗ ଦେଇ ବକ୍ସିବଜାର ଛକ ଠାରେ ରାସ୍ତା ଉପରେ ଅଭିନବ ଉପାୟରେ କାଠ ଚୁଲିରେ ରୋଷେଇ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଅହେତୁକ ଦରବୃଦ୍ଧି ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ। ଏହି ଅହେତୁକ ଦରବୃଦ୍ଧି ବିଷୟରେ ସରକାର ଚିନ୍ତା କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିବା ସହ ଯଦି ଆଗାମୀ ଦିନରେ ଏହି ସମସ୍ୟା ର ସମାଧାନ ନ ହୁଏ ତେବେ ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାନେତ୍ରୀ ଶ୍ରୀମତୀ ଅନିତା ବେହେରା ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ମାଲକାନଗିରି: 'ଉଲ୍ଲାସ' ସାକ୍ଷରତା ପରୀକ୍ଷାରେ ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ

Mon Mar 16 , 2026
ମାଲକାନଗିରି(ପି.ବାଲାରାଜୁ) ୧୫।୩: କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ‘ଉଲ୍ଲାସ’-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମାଲକାନଗିରି ଜିଲ୍ଲାରେ ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରାୟ ୮୬୫ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ଏହା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ହେଉଛି ୧୫ବର୍ଷ ବୟସରୁ ଉର୍ଦ୍ଧ୍ବ ଗୋଷ୍ଠିର ନିରକ୍ଷର ଙ୍କୁ ସାକ୍ଷର କରିବା […]

You May Like

Breaking News

Pin It on Pinterest