ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁତ ଅବ୍ୟବସ୍ଥା ମଧ୍ୟରେ ବିଶ୍ଵ ପଖାଳ ଦିବସ ପାଳିତ…

ବରଗଡ଼(ତୁଳସୀ ଚରଣ ଦାଶ)୨୧/୦୮: ଗତକାଲି ସାରା ରାଜ୍ୟ ଏପରି କି ସାରା ବିଶ୍ବରେ ପଖାଳ ଦିବସ କୁ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରାଯାଇଥିବା ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ସ୍ଥାନୀୟ ଆନନ୍ଦ ମଣ୍ଡପ ଠାରେ ବିଶ୍ଵ ପଖାଳ ଦିବସ ପାଳନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୌରାଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ସମସ୍ତ ବ୍ଲକ୍ ରୁ ଆସିଥିବା ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଦସ୍ୟ,ଗଣ ମାଧ୍ୟମ ପ୍ରତିନିଧି ଓ ଆହୁରି ଅନେକ ଯୋଗ ଦେଇଥିଲେ ।
ଶେଷରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖାସଲା ଭୋଜନ ବ୍ୟବସ୍ଥା କରାଯାଇଛି କହି ତାକୁ ଠିକ୍ ଭାବେ ପରିଚାଳନା କରା ଯାଇନଥିବାରୁ କେତେକ ସଦସ୍ୟ ନ ଖାଇ ଚାଲିଯାଇଥିଲେ ।
ପୁଣି ପରିବେଷଣରେ ମଧ୍ୟ ଦୂରଦୃଷ୍ଟିର ଅଭାବ ଯୋଗୁଁ ଗୋଟିଏ ଲାଇନର ବ୍ୟକ୍ତିମାନେ ଖାଇ ସାରିବା ପର୍ଯ୍ୟନ୍ତ ସାମନା ଲାଇନରେ ବସିଥିବା ଲୋକେ ଚାହିଁ ରହିଥାନ୍ତି । ସୀମିତ ସତୁରି ପଖାଳ କଂସା ପାଇଁ ଅପେକ୍ଷାରେ ଥିବା ବରିଷ୍ଠ ନାଗରିକ ଓ ଅନ୍ୟ ମାନେ ଚୌକିଥାଇ ମଧ୍ୟ ବସାଇବା ବ୍ୟବସ୍ଥା ନ କରିଥିବାରୁ ଏଣେ ତେଣେ ଛିଡା ହୋଇଥାନ୍ତି, ଯାହାଙ୍କୁ ପ୍ରଥମ ମହଲା ଖାଲି ହଲରେ ଚୌକି ଦେଇ ସସମ୍ମାନେ ବସେଇ ଥାଇ ପାରିଥାନ୍ତେ I କେତେକ ପ୍ରଶାସନ ର ଜନପ୍ରତିନିଧିଙ୍କୁ କଂସାବାସନ ଓ ଅନ୍ୟମାନଙ୍କୁ ଷ୍ଟିଲ ବାସନରେ ପଖାଳ ଦେଇ ପାତର ଅନ୍ତର କରିଥିବା ମଧ୍ୟ ସମାଲୋଚନା କରୁଥାନ୍ତି I
କହିବାକୁ ଗଲେ ଚଳିତ ବର୍ଷ ବରଗଡ଼ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ ପଖାଳ ଦିବସ ସମ୍ପୁର୍ଣ୍ଣ ଭାବେ ଅସନ୍ତୋଷ ପୁର୍ଣ ଥିଲା ।

ସେୟାର କରନ୍ତୁ

You May Like

Pin It on Pinterest