ବାସ୍ତବ ବ୍ୟୁରୋ– କରୋନା ସାରା ବିଶ୍ବକୁ ସଙ୍କଟରେ ପକାଇଛି, ପ୍ରତିଟି ଦେଶ ତାର ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଛିନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୦ କୋଟି ଦେଶବାସୀଙ୍କୁ ସମ୍ବୋଧନ କରି, କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ । ନିମ୍ନଗାମୀ ଅର୍ଥନୀତିରେ ପୁନଃଉଥାନ ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଦେଶବାସୀଙ୍କ ପାଇଁ ଆମର ଗୌରବ ରହିଛି ଭାରତରେ ସଂସ୍କୃତି ରହିଛି । ଭାରତର ପ୍ରଗତିରେ ବିଶ୍ୱର ପ୍ରଗତି ରହିଛି । ଆମେ ନିଜ ସଂକଳ୍ପ ମଜବୁତ କରିବାକୁ ପଡ଼ିବ ତେବେ ଯାଇ ଆମେ ଜିତିବା । ଏକ ବିଂଶ ଶତାବ୍ଦୀ ଭାରତର ଜୟ ହେବ । ଭାରତର ଆତ୍ମ ନିର୍ଭଶୀଳତା ରେ ଶାନ୍ତି ରହିଛି । ଜୀବନ ମରଣ ସହ ଲଢ଼ୁଥିବା ବିଶ୍ବରେ ଏବେ ଭାରତର ଔଷଧ ଏକ ଆଶା ଯୋଗାଇଛି ।

ଦେଶରେ ଜାରି ରହିଥିବା ମହାମାରୀ କରୋନା ନିୟନ୍ତ୍ରଣ କରିବା ପାଇଁ ଲକ୍ ଡାଉନ୍ ପୁଣି ବୃଦ୍ଧି କରା ଯିବ । ମେ ୧୭ ରେ ସରିବାକୁ ଥିବା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅର୍ଥାତ୍ ୧୮ ମେ ମଧ୍ୟରେ ଲକ୍ ଡାଉନ୍ ବୃଦ୍ଧି ନେଇ ସୂଚନା ଦିଆଯିବ ।ବର୍ତମାନ ସୁଦ୍ଧା ଭାରତରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୦୦ ଜଣଙ୍କ ମୁଣ୍ଡ ନେଲାଣି କରୋନା ଭାଇରସ ।
କରୋନା ମୁକାବିଲା ପାଇଁ ଘୋଷଣା କରିଥିବା ପ୍ୟାକେଜ, ଦେଶର ଶ୍ରମିକ, ଚାଷୀ, ମଧ୍ୟମବର୍ଗ ଯେଉଁମାନେ ଦିନରାତି ଦେଶ ପାଇଁ କାମ କରୁଛନ୍ତି । ଏହି ୨୦ ଲକ୍ଷ୍ୟର ପ୍ୟାକେଜ ଆତ୍ମ ନିର୍ଭର ଭାରତକୁ ଏକ ନୂଆ ଗତି ଦେଖାଇବ । ଏହି ପ୍ୟାକେଜ ସମ୍ପର୍କରେ ଗାଇଡଲାଇନ ଜାରି ହେବ । ଅର୍ଥମନ୍ତ୍ରୀ ଏହାର ବିସୃତ ସୂଚନା ଦେବେ । ଲୋକାଲ ବ୍ରାଣ୍ଡ ହିଁ ଗ୍ଲୋବାଲ ହୋଇଛି । ଆଜିଠୁ ସବୁ ଭାରତବାସୀ ଲୋକାଲ ଜିନିଷର ପ୍ରଚାର ଓ ବ୍ୟବହାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।
