
ବାସ୍ତବ ବ୍ୟୁରୋ-ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି,ଦୋକାନ ସାମଗ୍ରୀ ବିକିବା ସମୟରେ ଦୋକାନୀମାନେ ସତର୍କତା ଅବଲମ୍ବନ କରି, ଗ୍ରାହକଙ୍କ ଠିକଣା ଲେଖି ରଖନ୍ତୁ । ଏହାର ବ୍ୟତିକ୍ରମ କଲେ ଦୋକାନୀଙ୍କର ଦୋକାନ ସିଲ୍ କରାଯିବ ଏବଂ ସଂପୃକ୍ତ ଦୋକାନୀଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି ।

ନିର୍ଦ୍ଦେଶନାମାରେ ସେ କହିଛନ୍ତି ଯେ, ଦେକାନ ମାଲିକ ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବେ । ସେହିଭଳି ଦୋକାନ ଆଗରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ । ସାମାଜିକ ଦୂରତ୍ୱ ମାନି ମୁହଁରେ ମାସ୍କ ପିନ୍ଧିବେ ଓ ହାତରେ ଗ୍ଲୋଭସ ପିନ୍ଧିବେ । ସେହିପରି ଗ୍ରାହକମାନେ ଦୋକାନ ଆଗରେ ଦିଆଯାଇଥିବା ଗୋଲାକାର ଚିହ୍ନରେ ଧାଡ଼ିରେ ରହି ସଉଦା କିଣିବେ ।

ଗଂଜାମ ଜିଲ୍ଲାରେ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଲୋକଙ୍କର ଯାତାୟତ ଉପରେ ଅଧିକ ନଜର ରଖିଛନ୍ତି ।



