୧-ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ, ଘଣ୍ଟାକୁ ୩ କିଲୋମିଟର ବେଗରେ ବଢୁଛି ଆଗକୁ।20 ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା “ଅମ୍ଫନ” – ଏସଆରସି।
୨-ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନହୋଇ ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର।
୩-ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି । ଆଜିଠୁ ଲାଗୁ ହେବ ନୂଆ ନିୟମ । ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ।
୪-ଆତ୍ମନିର୍ଭର ଭାରତର ଶେଷ ପ୍ୟାକେଜ:ମନରେଗାକୁ ୪୦ହଜାର କୋଟି।

୫-ରାଜ୍ୟରେ ଅଧା ଆକ୍ରାନ୍ତଙ୍କ ଲିଙ୍କ୍ ଗୁଜରାଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪୬କୁ ବୃଦ୍ଧି।
୬-ପୁରୀରେ ଚାଞ୍ଚଲ୍ୟ: କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’ ଥାନା ସାନିଟାଇଜ୍, ଆସିବେ ଅସ୍ଥାୟୀ କର୍ମଚାରୀ।
୭-ମାଟ୍ରିକ ଖାତାଦେଖା ୨୦ରୁ: ମୁଲ୍ୟାଙ୍କନ କେନ୍ଦ୍ର ସଂଖ୍ୟା ବଢ଼ିବ; ଗଣ ଶିକ୍ଷା ବିଭାଗ ପ୍ରସ୍ତୁତ ହେଉଛି।
୮-ରାଜ୍ୟ ବାହାରୁ ରାଜଧାନୀକୁ ଆସୁଥିବା ଲୋକଙ୍କୁ ନଜର ରଖିବେ ସ୍ଥାନୀୟ ଲୋକ, ଏସଓପି ଜାରି କରିଛି BMC।
୯-କଟକଣା ନ ମାନିଲେ ମିଳିବ ଦଣ୍ଡ: ଅର୍ଥ ଏବଂ ସାମଗ୍ରୀ ହଡ଼ପ କଲେ ଜରିମାନା ସହ ୨ ବର୍ଷ ଜେଲ୍।
୧୦-ଲକ୍ ଡାଉନ୍ ଭିତରେ ବାହାଘର ପାଇଁ ୫୦ ଅତିଥିଙ୍କୁ ଅନୁମତି । ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି । ନୂଆ ଲକଡାଉନରେ ଆସିଲା ନୂଆ ଗାଇଡଲାଇନ।
୧୧-ଭଲ ଖବର, ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ । ଗଂଜାମରୁ ୧୯, ଯାଜପୁରରୁ ୩, ବାଲେଶ୍ୱରରୁ ୨ ଜଣ କରୋନା ରୋଗୀ ସୁସ୍ଥ ।



