ଆଜିର ଖାସ୍ ଖବର

୧- ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଲା।

ପାରାଦୀପରୁ ୧୨୦ କିମି ଦୂରରେ ସାମୁଦ୍ରିକ ଝଡ ‘ଅମ୍ପନ୍‍’।

୨-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଡାକିବେ କ୍ୟାବିନେଟ୍ ବୈଠକ ।

୩-BMCର ନୂଆ ନିର୍ଦେଶନାମା:ଆଜିଠୁ ଖୋଲିବ ସେଲୁନ, ଅନ୍ୟ ସବୁ ଅତ୍ୟାବଶ୍ୟକୀୟ ଦୋକାନ, ଖୋଲିବ ନାହିଁ ୧୧ ସପିଂ ମଲ।

୪-ଆଜି ଦିନ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଉପର ଦେଇ ସାମୁଦ୍ରିକ ଝଡ଼ ଅମ୍ପନ ଅତିକ୍ରମ କରିବାର ସମ୍ଭାବନା ।ସାମୁଦ୍ରିକ ଝଡ଼ ଅମ୍ଫନ୍ ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବହିଲାଣି ପ୍ରବଳ ବେଗରେ ପବନ।

୫-ବାତ୍ୟା ସମୟରେ ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଲେ ଏସଆରସି ପ୍ରଦୀପ ଜେନା।

୬-ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା।

୭-କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ, ସତର୍କ ରହିବା ଜରୁରୀ:WHO

୮-ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ।

୯-ଅମ୍ପନ ପ୍ରସ୍ତୁତି: ଟେଲି ସେବା ନିରବଚ୍ଛିନ୍ନ ରଖିବା ଅପରେଟରମାନଙ୍କୁ କେନ୍ଦ୍ରର ନିର୍ଦେଶ,ଗୋଟିଏ ଟାୱାରରୁ ମିଳି ପାରିବ ସବୁ ଅପରେଟରଙ୍କୁ ସେବା। ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧ଲକ୍ଷ ୧୯ ହଜାର ୭୫।

୧୦-ଅଫିସ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍ । ଜଣେ କି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ପୂରା ଅଫିସ୍ ବନ୍ଦ କରିବା ଅନାବଶ୍ୟକ । ସାମାଜିକ ଦୂରତା ଓ ସଚେତନ ହୋଇ କାମ କରିପାରିବେ କର୍ମଚାରୀ ।

୧୧-ଓଡ଼ିଶାରେ ଆଉ ୨ ମୁଣ୍ଡ ନେଲା କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି।

୧୨-ପୋଲିସକୁ ବ୍ୟାପିଲା କରୋନା। ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ; ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା।

୧୩-ନୂଆ ଦିଲ୍ଲୀ: ଜୁନ ୧ରୁ ନିୟମିତ ଚାଲିବ ୨୦୦ ଟ୍ରେନ୍, ଶୀଘ୍ର ଆରମ୍ଭ ହେବ ବୁକିଂ।

୧୪-ମେକ ଇନ ଇଣ୍ଡିଆ ଦ୍ୱାରା ନିର୍ମାଣ ହେଲା ଦେଶର ପ୍ରଥମ 12 ହଜାର ହର୍ଷ ପାୱାର ବିଶିଷ୍ଟ ରେଳ ଇଞ୍ଜିନ।

୧୫-ପାଟଣା ଥାନାରେ ମାଡ଼ ଘଟଣା: ଥାନାଧିକାରୀଙ୍କ ଦରମାରୁ ୧୦ ହଜାର ଟଙ୍କା ପୀଡ଼ିତଙ୍କୁ ପ୍ରଦାନ ନିର୍ଦେଶ।୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଡ଼ିଜିଙ୍କୁ ମାନବାଧିକାର କମିଶନଙ୍କ ନିର୍ଦେଶ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu May 21 , 2020
୧-ନୂଆ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ କୁ ବୃଦ୍ଧି। ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ ରେ ପହଞ୍ଚିଥିବା ବେଳେ ୩୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ୨-ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ବରଜିଲାପାଳଙ୍କୁ ,୪୮ ଘଣ୍ଟା ମଧ୍ୟରେ ’ଅମ୍ପନ’ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର। ୩-ବାର ଘଣ୍ଟା ଡରେଇଲା ଅମ୍ଫନ୍, ଗାଁ ରେ ୨୦ […]

You May Like

Pin It on Pinterest