ଆଜିର ଖାସ୍ ଖବର

୧-ନୂଆ ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ।

୨-ଓଡ଼ିଶାରେ ୨୮ ଟି ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା, ରାଜ୍ୟରେ ୧୩ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

୩-ରାଜଧାନୀରେ ଖୋଲିଲା ୮୫ ପାର୍କ, ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ଖୋଲା ରହିବ।

୪-ଗ୍ରାହକଙ୍କୁ CESUର କରୋନା ମାଡ଼:ଦୁଇ ମାସରେ ଆସିଲାଣି ଦୁଇଗୁଣ ବିଲ୍।

୫-ଭୁବନେଶ୍ୱର:ଗାଡ଼ି ଚଳାଇବାକୁ ମନା କଲା ଘରୋଇ ବସ ମାଲିକ ସଂଘ।

୬-ଲକ୍ ଡାଉନ୍ ପ୍ରଭାବ: ରାଜ୍ୟର କ୍ଷତି ୩୫୦୦୦କୋଟି ଛୁଇଁଲା।୨୪୦୦କୋଟିର GST ରାଜସ୍ବ କ୍ଷତି।

୭-ବଦଳିଲା କ୍ବାରେଣ୍ଟାଇନ ନିୟମ:ଲକ୍ଷଣ ନ ଥିଲେ ୭ ଦିନ, ସଂଗରୋଧ ଅବଧି ୧୪ଦିନକୁ ହ୍ରାସ।

୮-ବିଦ୍ୟାଳୟ ମନ୍ଦିର, ଶିକ୍ଷକ ଭଗବାନ: ହାଇକୋର୍ଟ।

୯-ଅନ୍ ଲାଇନ ମଦ ବେପାର: ନାଁ ନାଁ କରି ହଁ ଭରିଲେ ମଦ ଦୋକାନୀ ସଂଘ; ଆଜିଠାରୁ ହୋମ୍ ଡ଼େଲିଭରି।

୧୦-ନୁଆ ଦିଲ୍ଲୀ: ୨୭୪୯ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ।

୧୧-ଗାଡ଼ି ମାଲିକଙ୍କୁ ମହଲତ; ଡ଼୍ରାଇଭିଂ ଲାଇସେନ୍ସ ଲାଗି ଜୁଲାଇ ୩୧ ଯାଏ ବଢ଼ିଲା ଅବଧି।

୧୨-ରାଫେଲ୍‌ ଯୁଦ୍ଧ ବିମାନ ଠିକ୍‌ ସମୟରେ ଭାରତରେ ପହଞ୍ଚିବ, ଫ୍ରାନ୍ସ ରାଷ୍ଟ୍ରଦୂତ ଦେଲେ ସୂଚନା।

୧୩-ଛତ୍ରପୁର:ଟ୍ରେନ ଚେନ୍ ଟାଣି ଶତାଧିକ ପ୍ରବାସୀ ଓଡ଼ିଆ ଫେରାର, ୭୦ଙ୍କୁ କାବୁ କଲେ ପୋଲିସ।

୧୪ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଟିଟିଲାଗଡ଼ରେ ୪୫.୮ଡିଗ୍ରୀ। ଆସନ୍ତା ୫ ଦିନ ନିସ୍ତାର ନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଲ ଖବର:ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ, ରାଜ୍ୟରେ ୬୪୯ରେ ପହଞ୍ଚିଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

Mon May 25 , 2020
ବାସ୍ତବ ବ୍ୟୁରୋ:  ଆଜି ରାଜ୍ୟ ପାଇଁ ପୁଣି ଆସିଛି ଭଲ ଖବର, ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି । ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]

You May Like

Pin It on Pinterest