ଭଲ ଖବର:ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ, ରାଜ୍ୟରେ ୬୪୯ରେ ପହଞ୍ଚିଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

ବାସ୍ତବ ବ୍ୟୁରୋ:  ଆଜି ରାଜ୍ୟ ପାଇଁ ପୁଣି ଆସିଛି ଭଲ ଖବର, ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି । ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହା ସୂଚନା ଦିଆଯାଇଛି ଯେ, ରାଜ୍ୟରେ ଏବେ ମୋଟ ସୁସ୍ଥ ହେଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ଥିବା ବେଳେ ୭୮୨ଟି ସକ୍ରିୟ ମାମଲା ରହିଛି । ଏହା ସହ ୭ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue May 26 , 2020
୧-୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି । ୨-ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ୩ -ଜୁଲାଇ ପହିଲାରୁ ଅଷ୍ଟମ ଶ୍ରେଣୀଠାରୁ ପାଠପଢ଼ା ଆରମ୍ଭ ପାଇଁ ଯୋଜନା। ପ୍ରଥମେ ଗ୍ରୀନ,ଅରେଞ୍ଜ ଜୋନ୍ ରେ ସାମାଜିକ ଦୂରତ୍ବ ବଜାୟ ସହିତ ୩୦% ଉପସ୍ଥାନରେ ଖୋଲିବ ସ୍କୁଲ। ୪-କିସ୍ ର ୩୦,୦୦୦ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଖାଦ୍ୟ ଓ ପାଠ୍ଯୋପକରଣ ୨୫ ଟି ବସ୍ […]

You May Like

Pin It on Pinterest