୧-ବରଗଡ଼ ଜିଲ୍ଲାରେ ନୂତନ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ।
୨-୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ । ଗୋଟିଏ ଦିନରେ ୮ ହଜାରରୁ ଅଧିକ ରୋଗୀ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪୫୮। ବିଶ୍ବ ରେ ଭାରତ ସ୍ଥାନ ନବମ ।
୩-କୋଭିତ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଗାଇବେ ବନ୍ଦେ ଉତ୍କଳଜନନୀ । ଦେଶ ବିଦେଶରେ ଥିବା ସବୁ ଓଡ଼ିଆ ହେବେ ସାମିଲ।ସବୁ ଟ୍ରାଫିକ୍ ବନ୍ଦ ରଖିବାକୁ ଅନୁରୋଧ।
୪-ମେ ୩୧ରେ ବଡ କାଳବୈଶାଖୀର ସମ୍ଭାବନା ରହିଛି ।

୫-ସାବାସ୍ ‘ସୋନୁସୁଦ୍’, ଦେଢ଼ ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ଓଡ଼ିଶା ପଠାଇଲେ ଏହି ବଲିଉଡ ଅଭିନେତା।
୬-ଭୁବନେଶ୍ୱର: ନିଶାର୍ଦ୍ଧରେ କାଳବୈଶାଖୀର ତାଣ୍ଡବ। ଉପୁଡିଲା ବିଦ୍ୟୁତ ଖୁଣ୍ଟି , ଭାଙ୍ଗିଲା ଗଛ, ଟ୍ବିନ୍ ସିଟିବାସୀଙ୍କ ନିଦ ଭାଙ୍ଗିଲାଦେଲା ଘଡ଼ଘଡ଼ି।
୭-ଭୁବନେଶ୍ୱର: ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ।
୮-ମାଲକାନଗିରି ସୀମାନ୍ତରେ ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ନିହତ ହେଲେ ୪ ଜଣ ହାର୍ଡକୋର ମାଓନେତା।
୯-ଆସନ୍ତା ଜୁନ୍ ୫ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ସଙ୍ଗଠିତ ହେବ ୨ଟି ଉପଛାୟା- ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ।
୧୦-ଦଶ ସେକେଣ୍ଡ ଥରି ଉଠିଲା ମାଟି, ଦିଲ୍ଲୀ-ଏନସିଆରରେ ୪.୬ ତୀବ୍ରତାର ଭୂକମ୍ପ।
୧୧-ଘରୋଇ ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର, ୩ମାସ ପାଇଁ ଛାଡ କଲେ ରୋଡ ଟ୍ୟାକ୍ସ।
୧୨-ଭୁବନେଶ୍ୱର:ଆରମ୍ଭ ହେଲା ଗାଁ ଆମ୍ବ ପସରା’ କାର୍ଯ୍ୟକ୍ରମ, ଓରମାସ ଆୟୋଜିତ ଆମ୍ବ ବଜାରରେ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ କିସମର ସୁଆଦିଆ ଆମ୍ବ ବିକ୍ରି କରିବା ପାଇଁ ଓରମାସ ତରଫରୁ ନିବେଦନ କରାଯାଇଛି। ଗାଁ ଆମ୍ୱ ପସରା କାର୍ଯ୍ୟକ୍ରମ ମେ ୨୮ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
୧୩-‘ଟିକ୍ ଟକ୍’ କୁ ସଠିକ୍ ନିୟନ୍ତ୍ରଣ କରାଯିବା ଜରୁରୀ:ହାଇକୋର୍ଟ।
୧୪-ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି : ରାଜୀବ ସାକ୍ସେନାର ୩୮୫ କୋଟି ମୂଲ୍ୟର ସମ୍ପତ୍ତି ଜବତ କଲା ଇଡି।
୧୫-ନୂଆ ଦିଲ୍ଲୀ: ଚୀନକୁ ତାରି ଭାଷାରେ ମିଳିବ ଜବାବ, ପୂର୍ବ ଲଦାଖରେ ଆହୁରି ବଢାଯାଉଛି ସୈନିକ ସଂଖ୍ୟା, ସମାଧାନ ନହେବା ଯାଏଁ ଇଞ୍ଚେ ବି ପଛକୁ ହଟିବେନି ଯବାନ।
୧୬-ଜୁନ ୧ ରୁ CESU ନାମ ପରିବର୍ତ୍ତନ ହୋଇ TPCODL ରହିବ।ଟାଟା ପାଓ୍ବାର ୫ ବର୍ଷରେ ବିନିଯୋଗ କରିବ ୧୫୪୧ କୋଟି।