୧-ଆଜି ରାଜ୍ୟରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪ ଜଣ ଆକ୍ରାନ୍ତ, ଖୋର୍ଦ୍ଧାରେ ୯, ନୟାଗଡ଼ରେ ୭, ମୟୂରଭଞ୍ଜ, କଟକ ୧୩, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡିରୁ ୨, ନୂଆପଡ଼ା ରୁ ୮, ଭଦ୍ରକରୁ ୪ ଓ ଗଜପତି ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୬୭ରେ ପହଞ୍ଚିଥିବା ବେଳେ ୧୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮ଜଣଙ୍କର ମୃତ୍ୟୁ ଘଟିଛି ।
୨-ସକ୍ରିୟ ହେଉଛି ମୌସୁମୀ,ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।
୩-ସୁବ୍ରୋତୋ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଦାନ।
୪-ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ ସକ୍ରିୟ ମାମଲା ।

୫-କୋଭିଡ୍ ମୃତ୍ୟୁରେ ବ୍ରାଜିଲ୍ ବିଶ୍ବରେ ତୃତୀୟ। ଇଟାଲିକୁ ଟପିଗଲା ବ୍ରାଜିଲ୍ ।
୬-କରୋନା ପ୍ରଭାବ: ବର୍ଷକ ପାଇଁ ଦେଶରେ ଲାଗୁ ହେବ ନାହିଁ କୌଣସି ନୂଆ ଯୋଜନା।
୭-ସପ୍ତାହରେ ୫ ଦିନ ଗଡ଼ିବ ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍।
୮-ବିଏମସି ଲଞ୍ଚ କଲା ‘ସଚେତକ’ ନାମକ ଏକ ଆପ୍, ରାଜଧାନୀରେ ରୋଗଗ୍ରସ୍ତ ଥିବା ବ୍ୟକ୍ତି ଓ ବୃଦ୍ଧମାନଙ୍କର ଯତ୍ନ ନେବାପାଇଁ ହେବ ସହାୟକ ।
୯-ସଟଡାଉନରେ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିତା ଜାରି: ଅତି ଜରୁରୀ ଥିଲେ ଯାତ୍ରା କରିବାକୁ ମିଳିବ ଅନୁମତି; ଔଷଧ ଦୋକାନୀଙ୍କ ପାଇଁ ପୁରୁଣା ପୋଲିସ ପାସ, ଟ୍ରେଡ୍ ଲାଇସେନ୍ସ ଜରୁରୀ ।
୧୦-ଟ୍ବିନ୍ ସିଟିର ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ସଟଡାଉନରେ ଗଡିବନି ‘ମୋ ବସ’।
୧୧-ଦେଶରେ ବଢୁଛି କରୋନା ଚିନ୍ତା, ୨ ଲକ୍ଷ ୨୬ ହଜାର ୭୭୦ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୬ ହଜାର ୩୪୮ ଜୀବନ।
୧୨-ଠକୁଛି ଚୀନ ମୋବାଇଲ କମ୍ପାନୀ, ଗୋଟିଏ IMEI ନମ୍ବରରେ ୧୩ ହଜାରରୁ ଅଧିକ ମୋବାଇଲ:ଉତ୍ତରପ୍ରଦେଶ ଅପରାଧ ନିୟନ୍ତ୍ରଣ ଶାଖା ।
୧୩-ଲକ୍ଷ୍ନୌ: ଜଣେ ଶିକ୍ଷୟିତ୍ରୀଙ୍କୁ ୨୫ ସ୍କୁଲରୁ ଦରମା,୧୩ ମାସରେ କୋଟିଏ ଟଙ୍କା।ତଦନ୍ତ ବେଳେ ଶିକ୍ଷୟିତ୍ରୀ ଲାପତ୍ତା ।
୧୪-କିଟ୍ ଓ କିସ୍ ପକ୍ଷରୁ ପାଳିତ ହେଲା ବିଶ୍ୱ ପରିବେଶ ଦିବସ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କଲେ ବୃକ୍ଷ ରୋପଣ, ଯୁବପିଢିଙ୍କୁ ଦେଲେ ଆହ୍ବାନ ।
୧୫-ରାଜ୍ୟରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି, ଜୁଲାଇ ୨୦ ସୁଦ୍ଧା ନାମଲେଖା ସାରିବାକୁ ନିର୍ଦ୍ଦେଶ ।


