ମହାନ ସ୍ୱାଧୀନତା ସଂଗ୍ରାମୀ ,ତଥା ଜନଜାତି ଜନନାୟକ, ଶହିଦ୍ ବିର୍ଶାମୁଣ୍ଡାଙ୍କ ପୁଣ୍ୟତିଥୀରେ ,ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି ।
୧-ରାଜ୍ୟରେ ଆଜି ନୂଆ ୧୪୬ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି,୧୧୩୬ ଜଣ ଆକ୍ଟିଭ କେସ୍ ଥିବା ବେଳେ ୧୯୯୩ ସୁସ୍ଥ ହୋଇଛନ୍ତି।
୨-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୫୯୮ରେ ପହଞ୍ଚିଲା । ୨୪ ଘଣ୍ଟାରେ ପ୍ରାୟ ୧୦,୦୦୦ ନୂଆ ସଂକ୍ରମଣ ।

୩-ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ,ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାକୁ ଛୁଇଁବ ମୌସୁମୀ ।
୪-ଆଜିଠାରୁ ଦେଶରେ ’’ ୱାନ ନେସନ- ୱାନ ରେସନ କାର୍ଡ଼’’; ବଦଳିବ ଆହୁରି ବହୁ ନିୟମ।
୫-“ଅମ୍ଫନ”ର ସଫଳ ମୁକାବିଲା ନେଇ ମନ୍ କି ବାତ୍ରେ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
୬-ଜୁନ ୧୭ରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
୭-କରୋନା ଭାଇରସ: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ।
୮-ପୁରୀ:ଜଗମୋହନ ଚାଳିରୁ ଖସିଲା ପଥର , ସ୍ଥିତି , ପରଖିଲେ ASI ବିଶେଷଜ୍ଞ।
୯-ଆରବ ସାଗରରେ ଲଘୁଚାପ : ୪୮ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେଇପାରେ।
୧୦-ଶେଷ ହେଲା ୬୮ ଦିନିଆ ‘‘ଲକ୍ଡ଼ାଉନ’’ : ୪ର୍ଥ ପର୍ଯ୍ୟାୟର ୧୪ ଦିନରେ ସର୍ବାଧିକ ୮୧,୧୦୪ ସଂକ୍ରମଣ।
୧୧- ପଙ୍ଗପାଳ ପହଞ୍ଚିଲେ ଛତିଶଗଡ, ମୁକାବିଲା ଲାଗି ଜିଲ୍ଲାପାଳଙ୍କ ଜରୁରୀ ପଦକ୍ଷେପ। ପଶ୍ଚିମ ଓଡ଼ିଶା ମାଡ଼ି ଆସି ପାରନ୍ତି।
୧୨-CRPF ଯବାନଙ୍କ ଲାଗି କିଣାଯିବ ୪୦ ହଜାର ବୁଲେଟ୍ ପ୍ରୁଫ ଜ୍ୟାକେଟ୍, ୧୭୦ ସଶସ୍ତ୍ର ଯାନ, ଗୃହ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ।
୧୩-ଲାଦାଖ:ଚୀନ୍ ବିରୋଧୀ ଯୁଦ୍ଧରେ ଠିଆ ହେଲେ ‘ଥ୍ରି ଇଡିଏଟ୍ସ୍’ର ଅସଲି ହିରୋ, ଡ୍ରାଗନ୍ର ଅଣ୍ଟା ଭାଙ୍ଗିବାକୁ ଶିଖାଇଲେ ପ୍ଲାନ୍।
୧୪-୧୧ ଅଙ୍କ ବିଶିଷ୍ଟ ହେବ ନାହିଁ ମୋବାଇଲ ନମ୍ବର : TRAI



