ବାସ୍ତବ ବ୍ୟୁରୋ:ଓଡ଼ିଶାର ଗଣପର୍ବ ରଜ ପର୍ବ ପାଇଁ ରାଜ୍ୟ ସରକାର କୋହଳ କଲେ ଶୁକ୍ରବାର ରାତିର କର୍ଫ୍ୟୁ । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଆଗାମୀ ୭ ଦିନ ଧରି ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ପ୍ରତିବର୍ଷ ଏଠାରେ ରଜ ଉତ୍ସବ ପାଳନ ପାଇଁ ୧୪ ତାରିଖରୁ ୨୦ ତାରିଖ ଯାଏଁ ଜନସମାଗମ ଦେଖିବାକୁ ମିଳେ । କିନ୍ତୁ ଏ ବର୍ଷ କରୋନା ପାଇଁ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ।
ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ କଟକଣା ଲଗାଇଛି ଜିଲ୍ଲା-ପ୍ରଶାସନ । ଏହି କଟକଣା ଆସନ୍ତା ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରହିବ । ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଂଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ଅନ୍ୟ ଦୋକାନ ଗୁଡିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାବାକୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ।
