ଆଜିର ଖାସ୍ ଖବର

୧- ରାଜ୍ୟରେ ପୁଣି ୧୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି,୨୩୫୪ଜଣ ସୁସ୍ଥ, ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୧ ରହିଛି। ଅପରପକ୍ଷରେ ୧୦ଜଣଙ୍କର ମୃତ୍ୟୁ ହୋଇଛି।

୨-ଭାରତରେ ଗତ ୨୪ ଘଣ୍ଟାରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୧୦,୯୫୬ । କରୋନାରୀ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ ।

୩-ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ, ପାଞ୍ଚଜଣ କର୍ମଚାରୀ କରୋନାଭାଇରସ୍‌ ଦ୍ବାରା ଆକ୍ରାନ୍ତ ।

୪-ସମଗ୍ର ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୯୬,୯୮୭ରେ ପହଞ୍ଚିଲା ।

୫-ଖଣି ନେବାକୁ ନୂଆ ଲିଜଧାରୀ ଆସୁନଥିବାରୁ କୋଇଡ଼ା ଅଞ୍ଚଳର ବହୁ ଖଣି ବନ୍ଦ ରହିଛି,ଚିନ୍ତାରେ କୋଇଡ଼ା ଖଣି ଶ୍ରମିକ ।

୬-ସରପଞ୍ଚଙ୍କୁ ସରକାରଙ୍କ ରଜ ଭେଟି: ବଢ଼ିଲା ମାସିକ ଭତ୍ତା,ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ସବୁ ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି, ୱାର୍ଡ଼ମେମ୍ବରଙ୍କ ପାଇଁ ଭତ୍ତା ନାହିଁ।

୭-ପାଣିପାଗ: ୪୮ ଘଣ୍ଟା ଭିତରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ,ଆହୁରି ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

୮-ଭାଙ୍ଗିଲେ କୋବିଦ ଆଇନ: ରାଜଧାନୀର ୧୬ ଦୋକାନରେ ତାଲା ଠୁଙ୍କିଲା BMC। ସାମାଜିକ ଦୂରତ୍ବ ଫାଙ୍କିବା ଅଭିଯୋଗରେ ୨୧୭୩୭ ଜଣଙ୍କ ଠାରୁ ଆଦାୟ ହେଲା ଜୋରିମାନା।

୯-‘ସଙ୍ଗରୋଧ’ ପ୍ରୋତ୍ସାହନ: ଅବଧି ସମ୍ପୂର୍ଣ୍ଣ କରିଥିବା ୧,୧୦,୦୮୦ ପ୍ରବାସୀଙ୍କୁ ୧୯ କୋଟି ୩ ଲକ୍ଷ ଟଙ୍କା ପ୍ରଦାନ।

୧୦-ଭୁବନେଶ୍ୱର: ମାଷ୍ଟରକ୍ଯାଣ୍ଟିନ PNB ଶାଖାରେ ୩୨କୋଟି ଠକେଇ।୪ ଅଧିକାରୀଙ୍କ ଘରେ CBI ଚଢ଼ାଉ।

୧୧-ଏନ୍‌ଆଇଆର୍‌ଏଫ୍‌ ଓଭରାଲ୍‌ ରାଙ୍କିଂ: ଶ୍ରେଷ୍ଠ ୧୦୦ରେ ନିଟ୍‌ ରାଉରକେଲା ସହିତ ସୋଆ ଓ କିଟ୍‌ ବିଶ୍ବବିଦ୍ୟାଳୟ ।

୧୨-୨୦୨୦-୨୧ ନାମଲେଖା SOP ଜାରି, ଅଭିଭାବକ ଓ ପିଲାଙ୍କ ବିନା ହୋଇପାରିବ ନାମଲେଖା, ଫୋନ୍ କରି ଅଭିଭାବକ ଠାରୁ ନିଶ୍ଚିତ ହେବେ ପ୍ରଧାନ ଶିକ୍ଷକ।

୧୩-ଅଟୋ ଶିଳ୍ପକୁ କରୋନା ମାଡ଼:ଗାଡ଼ି ବିକ୍ରି ୮୮.୮୭% କମିଲା।

୧୪-ସଙ୍ଗଠନ ସଜାଡ଼ିଲେ ସମୀର: ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ,ଇରାଶିଷ ଆଚାର୍ଯ୍ୟ ଯୁବ ମୋର୍ଚା ସଭାପତି, ସ୍ମୃତି ପଟ୍ଟନାୟକ ମହିଳା ମୋର୍ଚା ସଭାନେତ୍ରୀ।

୧୫-ଆଲୋଚନା ବେଳେ ଚୀନ୍ ର ଷଡ଼ଯନ୍ତ୍ର, ସୀମାରେ ପୁଣି ଉତ୍ତେଜନା, ମୁକାବିଲା ପାଇଁ ଭାରତର ପ୍ରସ୍ତୁତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆମାନିଆଙ୍କ ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ

Fri Jun 12 , 2020
ବାସ୍ତବ ବ୍ୟୁରୋ:ରଜ-ସଜ-ବାଜ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା, ମାନିଲେନି କରୋନା ଗାଇଡଲାଇନ ଏଥିପାଇଁ ବିଏମସି ସିଲ୍ କଲା ୟୁନିଟ୍-୨ ମାର୍କେଟ ବିଲ୍ଡିଂ । ରଜ ପାଇ ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜ ପାଇଁ କିଣାକିଣି କରିବାକୁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି […]

You May Like

Pin It on Pinterest