ଆମାନିଆଙ୍କ ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ

ବାସ୍ତବ ବ୍ୟୁରୋ:ରଜ-ସଜ-ବାଜ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା, ମାନିଲେନି କରୋନା ଗାଇଡଲାଇନ ଏଥିପାଇଁ ବିଏମସି ସିଲ୍ କଲା ୟୁନିଟ୍-୨ ମାର୍କେଟ ବିଲ୍ଡିଂ । ରଜ ପାଇ ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜ ପାଇଁ କିଣାକିଣି କରିବାକୁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି ରାଜଧାନୀର ରଜ ବଜାରରେ ବିଭିନ୍ନ ସ୍ଥାନରେ ଗହଳି ଲାଗି ରହିଥିଲା । ଅନେକ ସ୍ଥାନରେ ଲୋକମାନେ କିଣାକିଣି ବେଳେ ସାମାଜିକ ଦୂରତାକୁ ପାଳନ କରୁନଥିଲେ । ଏପରିକି ବ୍ୟବସାୟୀମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦେଲେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମାର୍କେଟ ବିଲ୍‌ଡିଂକୁ ୭ଦିନ ପାଇଁ ବିଏମ୍‌ସି ସିଲ୍‌ କରାଯାଇଛି । ତେବେ କେତେକ ଦୋକାନୀ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜପଥ କଡ଼ ଢାବା ପାଇଁ ଲକ୍‌ଡାଉନ୍‌ରେ ସାମାନ୍ୟ କୋହଳ କଲେ ରାଜ୍ୟ ସରକାର

Fri Jun 12 , 2020
ବାସ୍ତବ ବ୍ୟୁରୋ- ରାଜପଥ କଡ଼ ରେ ଥିବା ଢାବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ କଟକଣାକୁ‌ ସାମାନ୍ୟ କୋହଳ କଲେ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ। ତେବେ ସେଠାରେ କେହି ବସି ଖାଇପାରିବେ ନାହିଁ, କେବଳ ଖାଦ୍ୟ ପ୍ୟାକ […]

You May Like

Pin It on Pinterest