୧-ଆଜି ରାଜ୍ୟର ୧୫ଟି ଜିଲ୍ଲାରୁ ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି । ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪୩ ରହିଛି । ଅପରପକ୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।
୨-ମହାନଦୀରେ ବିଷାକ୍ତ ଫୁକା ମାଛ । ଏହା ମହାନଦୀର ମତ୍ସ୍ୟ ସଂପଦ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ ।
୩-ରବିବାରରେ ସୂର୍ଯ୍ୟ ପରାଗ,ଆଜି ରାତି ୧୦ଟା ୩୮ରୁ ପାକ ତ୍ୟାଗ।
୪-ଘରେ ରହି ଅନ୍ଲାଇନ୍ରେ ପରୀକ୍ଷା ଦେବେ ବିପିୟୁଟି ଓ ଭିଏସ୍ଏସ୍ୟୁଟି ର ଶେଷ ବର୍ଷ ଛାତ୍ରଛାତ୍ରୀ ।
୫-ପୁଣି ଅତିକ୍ରମ କଲା ୬୧୦ ଫୁଟ୍ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।
୬-ଆସନ୍ତା ଶିକ୍ଷାବର୍ଷରୁ ପିଜି ଓ ୟୁଜି ସିଲାବସ୍ ରେ ରହିବ୨୫% ସେଲ୍ଫ ଷ୍ଟଡି କୋର୍ସ ।
୭-୩୦ ସେପ୍ଟେମ୍ବର ଯାଏଁ ବଢ଼ିଲା ଗାଡି ଲାଇସେନ୍ସେ ଆରସି ଓ ଫିଟନେସ୍ ର ଅବଧି ।
୮-ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୨୬୯ ରହିଛି । ୨୧୩୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବାକି ୧୨୯୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
୯-ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଠାରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଲା ବିଏସ୍ଏଫ୍ ।

୧୦-AIIMS ପିଜି ପ୍ରବେଶିକା ରେଜଲ୍ଟ, ଭୁବନେଶ୍ୱର ଏମ୍ସ ଛାତ୍ରୀ ଟପ୍ପର।
୧୧-ବଢ଼ିଲା ଅମ୍ବାନୀଙ୍କ ସମ୍ପତ୍ତି,ଏବେ ମୁକେଶ ଅମ୍ବାନି ବିଶ୍ୱର ୧୧ ତମ ଏବଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି । ବ୍ଲୁମ୍ବର୍ଗ ବିଲିୟନେୟର ଇଣ୍ଡେକ୍ସ ଜାରି କଲା ତାଲିକା।
୧୨-ଚୀନକୁ ଦିଆଯିବ କଡ଼ା ଜବାବ୍, ସବୁ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ।