ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୨ଟି ଜିଲ୍ଲାରୁ ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି । ୪୯୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୭ ରହିଛି । ଏହା ସହ ୨୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । 

୨-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

୪-ଆଜି ଶେଷ ହେବ ଅନଲକ-୧ । ରାତି ୧୨ଟା ଠାରୁ ଆରମ୍ଭ ହୋଇଯିବ ଅନଲକ-୨।

୫-ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ପ୍ରତିଶେଧକ ଟୀକା ପରୀକ୍ଷଣକୁ ମିଳିଲା ଅନୁମତି ।

ତାଜ ମହଲ ପ୍ୟାଲେସ୍ ହୋଟେଲ୍‌’ ଓ ବାନ୍ଦ୍ରାରେ ଥିବା ‘ତାଜ ଲ୍ୟାଣ୍ଡସ ଏଣ୍ଡ ହୋଟେଲ୍‌’କୁ ଉଡ଼ାଇ ଦିଆଯିବାକୁ ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ।

ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୫୬୬୮୪୦ରେ ପହଞ୍ଚିଛି । ଏହା ମଧ୍ୟରୁ ୨୧୫୧୨୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୬୮୯୩ ରେ ପହଞ୍ଚିଛି ତେବେ ମୋଟ ଆରୋଗ୍ୟ ସଂଖ୍ୟା ୩୩୪୮୨୨ରେ ପହଞ୍ଚିଛି ।

୮-ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରେୟସସ କହିଛନ୍ତି ଯେ ଆଗକୁ ଆହୁରି ଖରାପ ସମୟ ଆସିବାକୁ ଯାଉଛି । ନିକଟ ଭବିଷ୍ୟତରେ କରୋନା ଭାଇରସ ଯିବାଭଳି ଲାଗୁନାହିଁ ।

୯-ବିଶ୍ୱରେ ୧ କୋଟି ୪ ଲକ୍ଷ ୨ ହଜାର ୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୭ ହଜାର ୫୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ୫୬ ଲକ୍ଷ ୫୬ ହଜାର ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୩୮ ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନଲକ-୨ ନେଇ ଦେଶବାସୀଙ୍କୁ ସମ୍ବୋଧନ

Tue Jun 30 , 2020
ବାସ୍ତବ ବ୍ୟୁରୋ–ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆଜି ମଧ୍ୟରାତ୍ର ଠାରୁ ଆମେ ଅନଲକ-୨ରେ ପ୍ରବେଶ କରିବାକୁ ଯାଉଛେ । ଦେଶରେ କରୋନା ପ୍ରଭାବ ଦିନ କୁ ଦିନ ବଢ଼ି ଚାଲି ଥିବାରୁ ଆହୁରି ସତର୍କ ରହିବାକୁ ହେବ । ଏହା ସହ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ତରଫ ରୁ ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ […]

You May Like

Pin It on Pinterest