ଘୁଞ୍ଚିଲା ଜେଇଇ ଓ ନିଟ୍ ପରୀକ୍ଷା

ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏହି ପଦକ୍ଷପ ନିଆଯାଇଛି । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ଦ୍ୱୟ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ।

ସୂଚନା ଅନୁଯାୟୀ, ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍‌ ଜୁଲାଇ ୨୬ରେ ହେବାର ଥିଲା । ସେହିପରି ଜେଇଇ ମେନ୍‌ ପରୀକ୍ଷା ଜୁଲାଇ ୧୮ରୁ ୨୩ ଓ ଜେଇଇ ଆଡଭାନ୍ସ ଅଗଷ୍ଟ ୨୮ରେ କରିବାକୁ ସ୍ଥିର କରାଯାଇଥିଲା । କିନ୍ତୁ ମହାମାରୀ ଯୋଗୁ ପରୀକ୍ଷାଗୁଡିକ କୁ ବାତିଲ କରାଯାଇଥିଲା

ନିଟ୍‌ ଓ ଜେଇଇ ପରୀକ୍ଷା କେବ ହେବ ସେଥିପାଇଁ ମାନବ ସମ୍ବଳ ମନ୍ତ୍ରଣାଳୟ ଏକ କମିଟି ଗଠନ ହୋଇଥିଲା । ଆଜି ଏହି କମିଟି ତରଫରୁ ନୂଆ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ । ନିଟ୍‌ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ ବୋଲି ଘୋଷଣା କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jul 4 , 2020
୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍  ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୩ ରହିଛି । ୨–ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ୩-କଟକ ର ମାଳିସାହି ଏବଂ ଭୁବନେଶ୍ୱର ର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ୍ । ୪-ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ । […]

You May Like

Pin It on Pinterest