ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍  ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୩ ରହିଛି ।

ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ ।

୩-କଟକ ର ମାଳିସାହି ଏବଂ ଭୁବନେଶ୍ୱର ର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ୍ ।

୪-ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ ।

୫- ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୬-ଓଡ଼ିଶାରେ ୨୨୦୦ ଟଙ୍କାରେ କରିହେବ କରୋନା ପରୀକ୍ଷା । ସମ୍‌, ଆପୋଲୋ ହସ୍ପିଟାଲ, ଇନ୍‌ଡିଏନଏ ଲାଇଫ୍‌ ସାଇନ୍ସ, ଜେଏନ୍‌ଏକ୍ସ ଡାଇଗ୍ନୋଷ୍ଟିକରେ କୋଭିଡ୍‌ ପରୀକ୍ଷା କରିହେବ ।

୭- ମହାରାଷ୍ଟ୍ରରେ ସବୁ ରେକର୍ଡ ଭାଙ୍ଗି ଦେଇଛି କରୋନା । ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୬୩୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । 

୮- ଅଗଷ୍ଟ ୧୫ ସୁଦ୍ଧା ଆସିପାରେ ‌ଭାରତର ପ୍ରଥମ କରୋନା ଭାଇରସ୍‌ ଟିକା

୯- ଆଜି ସୁଦ୍ଧା ସମଗ୍ର ଦେଶରେ ୬୪୮୩୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।  ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪୨୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୮୬୫୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବାକି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୪୩୩ ରହିଛି । 

୧୦- ଲଦାଖ ପ୍ରସଙ୍ଗରେ ଭାରତକୁ ମିଳିଲା ଜାପାନ ସମର୍ଥନ

୧୧-ଆଜି ସୁଦ୍ଧା ସମଗ୍ର ବିଶ୍ୱରେ ଏକ କୋଟି ୧୧ ଲକ୍ଷ ୮୨ ହଜାର ୫୬୭ ଜଣ ସଂକ୍ରମିତ ହୋଇସାରିଛନ୍ତି ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୬୨ ଲକ୍ଷ ୯୨ ହଜାର ୫୨୩ ଜଣ ସୁସ୍ଥ ହୋଇଛନ୍ତି ବାକି ୪୩ ଲକ୍ଷ ୬୧ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ସମର୍ଥନ ରେ ଅନେକ ଶକ୍ତିଶାଳୀ ଦେଶ....

Sat Jul 4 , 2020
ବାସ୍ତବ ବ୍ୟୁରୋ- ଭାରତ-ଚୀନ ମଧ୍ୟ ରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ, “ଗୋଟିଏ ଇଞ୍ଚ ଜାଗା ଭାରତ ଦେବ ନାହିଁ” । ଚୀନ କୁ ମାତ୍ ଦେବା ପାଇଁ ଭାରତ ‘ଡିଜିଟାଲ ଷ୍ଟ୍ରାଇକ୍’ ମଧ୍ୟ କରିଛି । ତେବେ, ଭାରତର ଏହି ପଦକ୍ଷେପ କୁ ଆମେରିକା, ଜାପାନ ସମେତ ଅନେକ ଦେଶ ସମର୍ଥନ କରିଛନ୍ତି । ଭାରତ କୁ […]

You May Like

Pin It on Pinterest