ଆସନ୍ତା ମଙ୍ଗଳବାର ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ

ବାସ୍ତବ ବ୍ୟୁରୋ : ଆସନ୍ତା ମଙ୍ଗଳବାର ଠାରୁ କଟକରେ ଥିବା ପ୍ରମୁଖ ହସ୍‌ପିଟାଲରେ ହେବ ଆଣ୍ଟିଜେନ ଟେଷ୍ଟ । ସଂକ୍ରମଣ ରୋକିବା ପାଇଁ ତଥା କରୋନା ମୁକାବିଲା ଲାଗି ଏସସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ, ଶିଶୁଭବନ ଓ ସିଟି ହସ୍‌ପିଟାଲରେ ଏହି ପରୀକ୍ଷା ହେବ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନାନୁଯାୟୀ, ଆଣ୍ଟିଜେନ୍‌ ଟେଷ୍ଟ ମାଧ୍ୟମରେ ଲୋକଙ୍କର ଠାରେ କୋଭିଡ ଷ୍ଟାଟସ ୨ରୁ ୩ ଘଣ୍ଟା ମଧ୍ୟରେ ଜାଣି ହେବ । ଏଥି ସହିତ ମେଡିକାଲକୁ ଆସୁଥିବା ଲୋକଙ୍କର କୋଭିଡ ସ୍ଥିତି ଜଣାପଡ଼ିବ ।

କଟକ ମହାନଗର ନିଗମ ଅଂଚଳରୁ ଏପର୍ଯ୍ୟନ୍ତ ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୧୬୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Jul 6 , 2020
୧-ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୪ ରହିଛି । ୨-କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୮ ଜଣଙ୍କ ଜୀବନ ଗଲାଣି । ୩-ହୀରାକୁଦ […]

You May Like

Pin It on Pinterest