୧-ରାଉରକେଲା ମହାନଗରୀକୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଗଲା ।
୨-ଭୁବନେଶ୍ୱର: ରାଜ୍ୟର ସମ୍ବଳ ସ୍ଥିତି ସଙ୍ଗୀନ, ନିଜସ୍ଵ ଟିକସ ଆଦାୟ ୩୭% ହ୍ରାସ।
୩-ଆଜିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସର OPD ସେବା।
୪-ଆସନ୍ତା ଦୁଇଦିନ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
୫-ଆଜି ଅପରାହ୍ଣ ୩ଟାରେ ପ୍ରକାଶ ପାଇବ ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ, ଛାତ୍ର-ଛାତ୍ରୀମାନେ www.cisce.org ଏବଂ www.results.cisce.org ୱେବସାଇଟ ରେ କ୍ଲିକ୍ କରି ନିଜର ଫଳାଫଳ ପାଇପାରିବେ ।

୬-ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡା, ୬୫ବର୍ଷ ବୟସରେ ହୃଦଘାତ ଜନିତ ବିୟୋଗ । ୨୦୧୫ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।
୭-ସ୍କୁଲ ଖୋଲିବା ନିଷ୍ପତି ପରେ ପାଠ୍ୟକ୍ରମ କାଣ୍ଟଛାଣ୍ଟ: ଗଣଶିକ୍ଷା ମନ୍ତ୍ରୀ
୮-ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ରିହାତି,ଆସନ୍ତା ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ।
୯-ଅଗଷ୍ଟ ପହିଲାରୁ ଅନଲାଇନ୍ ରେ ଡିପ୍ଲୋମା ପରୀକ୍ଷା। ସ୍ମାର୍ଟ୍ ଫୋନ୍ ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
୧୦-ପିପିଲି:କରୋନା ପାଇଁ ଆରମ୍ଭ ହେଲା ଟୋଲଗେଟରେ ଚେକିଙ୍ଗ।
୧୧-ଦିନକରେ ରୁପା ୧୨୦୦ ଟଙ୍କା ବଢ଼ିଲା : ସୁନା ଭରି ହେଲା ୫୦,୧୮୪ ଟଙ୍କା।
୧୨-ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ସୌର ପ୍ରକଳ୍ପ ମଧ୍ୟପ୍ରଦେଶର ରେୱାଠାରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
୧୩-ଜିଓଫାଇବର୍ ଉପଭୋକ୍ତାଙ୍କ ପାଇଁ ମାଗଣା ଲାୟନ୍ସଗେଟ୍ ପ୍ଲେ ପ୍ରିମିୟମ୍ କଣ୍ଟେଣ୍ଟ ସହ ହଲିଉଡ୍ ବ୍ଲକ୍ବଷ୍ଟର୍ ଦେଖିବା ସୁବିଧା।
୧୪-କମିଲା ମଦର କୋଭିଡ ଫି, ସ୍ପେଶାଲ୍ କୋଭିଡ ଫି ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସିଲା।
୧୫-ଉତ୍ତର ପ୍ରଦେଶର ଡନ୍ କୁହାଯାଉଥିବା ବିକାଶ ଦୁବେ ପୁଲିସ୍ ଗୁଳିରେ ନିହତ ହୋଇଛି।
୧୬-ନୂଆଦିଲ୍ଲୀ:ଏକଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠିକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ।
୧୭-ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ଏବେ ଆଧାର କାର୍ଡରେ ଠିକଣା ବଦଳାଇବା ଅତି ସହଜ।
୧୮-ସମଗ୍ର ଦେଶରେ ୭୯୩୮୦୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫୫୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୨୧୬୦୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୬୮୫ ରହିଛି ।
୧୯-ବିନା ଡିଜେଲ ଆଉ ପେଟ୍ରୋଲ ରେ ଚାଲିଲା ଟ୍ରେନ, ଭାରତୀୟ ରେଲୱେ ର ବଡ ସଫଳତା । ବ୍ୟାଟେରୀ ଚାଳିତ ଡୁଆଲ୍-ମୋଡ୍ ଶଣ୍ଟିଂ ଲୋକୋ ‘ନବଦୂତ’ ଇଞ୍ଜିନ୍ ର ସଫଳ ପରୀକ୍ଷଣ ପଶ୍ଚିମ-କେନ୍ଦ୍ର ରେଲୱେରେ ହୋଇଛି ।
୨୦-ଭାରତ ରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଆମନ୍ତ୍ରଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ।
୨୧-ଆଜି ସନ୍ଧ୍ୟା ୫ଟାରୁ ପଶ୍ଚିମ ବଙ୍ଗର ସମସ୍ତ ନିଷିଦ୍ଧ ଅଞ୍ଚଳରେ ସାତ ଦିନିଆ ସମ୍ପୂର୍ଣ୍ଣ ଲକ୍ଡାଉନ୍
୨୨-ଚୀନ୍ରୁ ଗାଡ଼ି ଯନ୍ତ୍ରାଂଶ ଆମଦାନି ବନ୍ଦ ନେଇ ଗାଡ଼ି କମ୍ପାନି, ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ।

