
ବାସ୍ତବ ବ୍ୟୁରୋ : କେନ୍ଦ୍ରାପଡା -ମହାକାଳପଡ଼ା ବିକାଶ ମଞ୍ଚ ଓ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ର ମିଳିତ ସହଯୋଗ ରେ ,ମହାକାଳପଡ଼ା ବ୍ଲକ ର ବିଭିନ୍ନ ପଂଚାୟତରେ ,କୋରୋନା ସଚେତନତା ଅଭିଯାନ ରେ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବା ସହ ,କୋରୋନା ଠାରୁ କିପରି ଦୁରେଇ ରହିପାରିବା ,ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।


ଏହି କାର୍ଯ୍ୟକ୍ରମ କୁ ମହାକାଳପଡ଼ା ବିକାଶ ମଂଚ ର ଆବାହକ ଶିକ୍ଷାବିତ୍ ତଥା ସମାଜସେବୀ କାଶୀନାଥ ରାଉତରାୟ ପରିଚାଳନା କରିଥିବାବେଳେ, ସଚେତନ ନାଗରିକ ମଂଚ ର ସାଧାରଣ ସଂପାଦକ ବିଚିତ୍ରାନନ୍ଦ ବାରିକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଆଗାମୀ ଦିନରେ ମହାକାଳପଡ଼ା ବ୍ଲକର ପ୍ରତ୍ୟେକ ପଂଚାୟତରେ ,କୋରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯିବାସହ ,ଲୋକମାନଙ୍କ ସୁଖ ଦୁଃଖ ରେ ସବୁବେଳେ ମହାକାଳପଡ଼ା ବିକାଶ ମଂଚ ସମସ୍ତଙ୍କ ସାଥିରେ ରହିବାର ପ୍ରତିଶୃତି ବାର୍ତ୍ତା ଦେଇଛନ୍ତି,ମହାକାଳପଡ଼ା ବିକାଶମଂଚର ଆବାହକ ।

