ପୁଲିସ ବିଭାଗରେ ଆଉ ରହିବେନି ଇନଚାର୍ଜ ଡିଏସପି । ସ୍ଥାୟୀ ଡିଏସପି ହେବେ ୧୫୧; ପୂରଣ ହେବ ୧୦୬ ଡିଏସପି ପଦବି ।
ଜଳକା ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର ।
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ଏଣିକି ୫୩୩ ଟଙ୍କା, ୨୦୨୦ ଜାନୁଆରିରୁ ପିଛିଲା ଭାବେ ଲାଗୁ ହେବ ।
ଆଜି ବି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ।
ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୫୩ ହଜାରରୁ ଅଧିକ ପରୀକ୍ଷଣ ।
ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା, ଗାଁ ଦାଣ୍ଡ ଓ ଚାଷ ଜମିରେ ଜମି ରହିଛି ପାଣି ।
ବିଏମ୍ସି ଆଜି ପେଡ୍ ଆଇସୋଲେସନ୍ ସୁବିଧା ଆରମ୍ଭ କରିଛି । ଏଣିକି ଟଙ୍କା ଦେଇ କରୋନା ଆକ୍ରାନ୍ତ ହୋଟେଲରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ୩ଟି ହୋଟେଲ ଓ ଗେଷ୍ଟହାଉସ୍ରେ ଏହି ସୁବିଧା ଉପଲବ୍ଧ ହେବ । ଘାଟିକିଆ ସମ୍ ହସ୍ପିଟାଲ ପାଖରେ ଥିବା ଏମଏ ସମ୍ ପ୍ୟାଲେସ୍, ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏମଏ ଗେଷ୍ଟହାଉସ୍ ଲୋକେ ପେଡ୍ ଆଇସୋଲେସନ୍ରେ ରହିପାରିବେ । ବିଏମ୍ସି ପେଡ୍ ଆଇସୋଲେସନ୍ ପାଇଁ ଓୟୋ ହୋଟେଲସ୍ ଆଣ୍ଡ ରୁମସ୍ ସହ ଚୁକ୍ତି କରିଛି।
ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ ।
ପ୍ରଣବ ମୁଖାର୍ଜୀଙ୍କ ଫୁସ୍ଫୁସ୍ରେ ସଂକ୍ରମଣ ।
କେଜ୍ରିୱାଲ ସରକାର ଅନଲକ୍- ୩ ଅଧୀନରେ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଜିମ୍ ଖୋଲିବା ଉପରେ ପ୍ରତିବନ୍ଧକ ଜାରି ରହିବ।
ଧାରା ୩୭୦ ଉଚ୍ଛେଦର ବର୍ଷେ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କଶ୍ମୀରରୁ ୧୦ ହଜାରରୁ ଊର୍ଧ୍ବ ସୁରକ୍ଷା ବଳ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ।
ଭାରତର ପ୍ରଥମ ସ୍ଵଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତର ଟ୍ରାଏଲ ଆରମ୍ଭ ।
ଜମ୍ମୁ କଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟର, ଲସ୍କର-ଏ-ତଇବାର ୩ ଆତଙ୍କବାଦୀ ନିହତ ।
ଦେଶରେ କରୋନା ମହାମାରୀ ମୁକାବିଲା ନେଇ ଆମେରିକା ପକ୍ଷରୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି।
ଚାକିରି ଖୋଜିବାରେ ଭାରତୀୟଙ୍କୁ ସାହାଯ୍ୟ କରିବ ଗୁଗୁଲ, ଲଞ୍ଚ କଲା କୋରମୋ ଆପ୍ ।
ସାରା ବିଶ୍ୱରେ ୨ କୋଟି ୨୫ ଲକ୍ଷ ୫୭ ହଜାର ୪୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ୭ ଲକ୍ଷ ୮୯ ହଜାର ୯୯୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୫୨ ଲକ୍ଷ ୮୯ ହଜାର ୩୭୪ ଜଣ ସୁସ୍ଥ ହୋଇଥିଲା ବେଳେ ୬୪ ଲକ୍ଷ ୯୨ ହଜାର ୭୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ବାଂଲାଦେଶକୁ ୧ ମିଲିୟନ ଡଲାର ଋଣ ଦେଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଚୀନ ।
ଚୀନକୁ ଶକ୍ତ ଝଟକା ଦେଲା ଆମେରିକା, ହଂଗକଂଗ ସହ ୩ ବୁଝାମଣା ସ୍ୱାକ୍ଷର ହେଲା ବାତିଲ ।
ବଢୁଛି ବିଦ୍ରୋହ : ଜିନ୍ପିଙ୍ଗ୍ଙ୍କୁ ନେଇ ନିଜ ପାର୍ଟିରେ ତେଜୁଛି ଅସନ୍ତୋଷ , ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଭାରତ ସହିତ ଚାଲିଛି ବିବାଦ ।




