ମହାନଦୀ ରେ ବଡ ବନ୍ୟାର ସମ୍ଭାବନା…

ବାସ୍ତବ ବ୍ୟୁରୋ-ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି । ଆଗକୁ ଆଉ ୩୬ଟି ଗେଟ ଖୋଲାଯିବ । ଯାହା ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । 

ଏହି ଡ୍ୟାମକୁ ୬ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ଜଳ । ତଳମୁଣ୍ଡରେ ବି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳପ୍ରବାହ ବଢିଚାଲିଛି । ଏହା ମଧ୍ୟରୁ ବରମୁଳରେ ୬.୧୦ ଲକ୍ଷ, ମୁଣ୍ଡୁଳିରେ ୭.୫୪ ଲକ୍ଷ, ଖଇରମାଳରେ ୯.୩୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ, ହୀରାକୁଦ ତଳେ ଥିବା ମହାନଦୀରେ ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ । ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁୁ ୩୬ ଘଣ୍ଟା ଲାଗିବ । ଏ ସମସ୍ତ ଜଳ ଏକାଠି ହୋଇ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ । ମୁଣ୍ଡଳୀରେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଲେ ମହାନଦୀର ତଳମୁଣ୍ଡରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ହୋଇଥାଏ ।ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Aug 29 , 2020
କଟକ ଜିଲ୍ଲାର ବଡ଼ମ୍ବା ନିକଟ ମା’ ଭଟ୍ଟାରିକା ମନ୍ଦିରରେ ୮ ଫୁଟ ବନ୍ୟା ଜଳ, ପାହାଡ଼ ଉପରକୁ ସ୍ଥାନାନ୍ତରିତ ହେଲେ ଚଳନ୍ତି ପ୍ରତିମା । ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷା । ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ, ୪୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଆଜି ରାଜ୍ୟ ସରକାର ଜେଇଇ ମେନ୍ ଓ ଏନ୍‌ଇଇଟି ପରୀକ୍ଷା […]

You May Like

Pin It on Pinterest