ଆଜିର ଖାସ୍ ଖବର

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପୁଣି ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ ।

ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଆରମ୍ଭ: ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ। ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

‘ଓଡ଼ିଶାରୁ ପୁଣି ଚାଲୁ ହେଉ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍’: ‌ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେପ୍ଟେମ୍ବର ୨୧ରୁ ନବମ-ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଂଶିକ ଭାବେ ଖୋଲିବ ବିଦ୍ୟାଳୟ, କେନ୍ଦ୍ର ସରକାର ଜାରି କଲେ ଏସଓପି

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ନିଜର କାର୍ଯ୍ୟାଳୟ ଓ ସରକାରୀ ନିବାସରେ କାର୍ଯ୍ୟରତ ୪୦ ଜଣ କର୍ମଚାରୀ ଓ ପୋଲିସକର୍ମୀ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହେବା ପରେ ମାସକ ଲାଗି ନିଜକୁ ଆଇସୋଲେଟ କଲେ ଗହଲୋତ

ଆଜିଠୁ ପୁଣି ଚାଲିଲା ଦିଲ୍ଲୀ ମେଟ୍ରୋର ବ୍ଲୁ ଓ ପିଙ୍କ ଲାଇନରେ ମେଟ୍ରୋ ଟ୍ରେନ ସେବା

ଏଲଏସିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଭାରତ-ଚୀନ ଜଣେ ଅନ୍ୟକୁ ବିରୋଧ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନିଅଁ ଖୋଳା ଆରମ୍ଭ ହୋଇଛି।

ଭାରତରେ ପବ୍‌ଜି ନିଷିଦ୍ଧ ହେବାର କିଛି ଦିନ ପରେ ଚୀନ୍ ସହ ସମ୍ପର୍କ ତୁଟାଇଲା ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବ୍‌ଜି

ସମଗ୍ର ବିଶ୍ୱରେ କରୋନାରେ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୫୮ରେ ପହଂଚିଛି । ୨ କୋଟି ୭୭ ଲକ୍ଷ ୨୧ ହଜାର ୪୪୧ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । କୋଟିଏ ୯୮ ଲକ୍ଷ ୮ ହଜାର ୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୧୧  ହଜାର ୯୬୯ ଜଣ ଲୋକ ସକ୍ରିୟ ଅଛନ୍ତି । 

ପାକିସ୍ତାନର ଜିଆରତ୍ ଘର୍‌ ପାର୍ବତ୍ୟ ଅଞ୍ଚଳରେ ଥିବା ଏକ ଶଙ୍ଖମର୍ମର ପଥର (ମାର୍ବଲ୍) ଖାଦାନ ଭୁଶୁଡ଼ି ଅନ୍ୟୂନ ୨୨ ମୃତ ଏବଂ  ଆହୁରି ଅନେକ ଖାଦାନ ଭିତରେ ଫସି ରହିଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Sep 10 , 2020
ଆସନ୍ତା ୧୩ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଦେଶବ୍ୟାପୀ ଜାଗରଣ ଅଭିଯାନ ଉଦ୍‌ଘାଟିତ ହେବ।  ୟୁଜି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ବିଜ୍ଞପ୍ତି : ୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି ପରୀକ୍ଷା । ୧୨ ତାରିଖରୁ ଓଡ଼ିଶାରୁ ଚାଲିବ ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ।  ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ: ରହିବନି […]

You May Like

Pin It on Pinterest