ଆଜିର ଖାସ ଖବର

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୩ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ସେପ୍ଟେମ୍ବର ୧୪ରୁ ୨୪ ତାରିଖ ମଧ୍ୟରେ ମାଟ୍ରିକ୍‌ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ ।

ଆଜିଠାରୁ ଚାଲିବ ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ, ନିଟ ପରୀକ୍ଷା ଲାଗି ଚାଲିବ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ : ଦେଶର ୨୪ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ସ୍କୋର , ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର୍

କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଥିବା ବିପିୟୁଟି ଇଭେନ୍‌ ଇଣ୍ଟର ମିଡିଏଟ ସେମିଷ୍ଟର୍‌ ରେଗୁଲାର/ବ୍ୟାକ୍‌ ପରୀକ୍ଷା ଅନ୍‌ଲାଇନ୍‌ ମୋଡରେ ଓପନ୍‌ ବୁକ୍‌ରେ କରାଯିବ ।

ମଧ୍ୟପ୍ରଦେଶରେ ଆଜି  ଏକ କୋଟି ୭୫ ଲକ୍ଷ ଲୋକ ନିଜର ଗୃହ ପ୍ରବେଶ କରିବେ । ରାଜ୍ୟର ଶ୍ରମିକ ବର୍ଗଙ୍କ ଲାଗି ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମାଲିକମାନଙ୍କୁ ଚାବିକାଠି ହସ୍ତାନ୍ତର କରିବେ ।

କଂଗ୍ରେସରେ ବଡ଼ ପରିବର୍ତ୍ତନ ଆଣିଲେ ସୋନିଆ ଗାନ୍ଧୀ, ମହାସଚିବ ପଦରୁ ହଟିଲେ ଗୁଲାବ ନବୀ ଆଜାଦ

NEET ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ରବିବାର ସବୁ ଲାଇନରେ ସକାଳ ୬ଟାରୁ ଚାଲିବ ଦିଲ୍ଲୀ ମେଟ୍ରୋ

ବିଶ୍ୱରେ ୨ କୋଟି ୮୬ ଲକ୍ଷ ୩୯ ହଜାର ୩୫୭ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୧୮ ହଜାର ୯୨୮ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୫ ଲକ୍ଷ ୬୩ ହଜାର ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୭୧ ଲକ୍ଷ ୫୬  ହଜାର ୪୭୮ ଜଣ ଲୋକ ସକ୍ରିୟ ଅଛନ୍ତି ।

କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଉତ୍ତର କୋରିଆ ପ୍ରଶାସନ ବିଶେଷ କରି ଚୀନ୍‌ରୁ ଆସୁଥିବା ଆଗନ୍ତୁକମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । 

ଭାରତୀୟ ସେନାର ଦାବି ଆଗରେ ମୁଣ୍ଡ ନୋଇଁଲା ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଅରୁଣାଚଳରୁ ଅପହୃତ ୫ ଜଣଙ୍କୁ ଆଜି ଫେରାଇବ ଚୀନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆରପାରିରେ ପ୍ରିୟ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, ଅଜିତ ଦାସ

Sun Sep 13 , 2020
ବାସ୍ତବ ବ୍ୟୁରୋ-ଆରପାରିରେ ଓଲିଉଡର ଖ୍ୟାତନାମା ଅଭିନେତା ଅଜିତ ଦାସ । ଆଜି ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ସେ‌ପ୍ଟେମ୍ବର ୧ ତାରିଖ ଦିନ ସେ କରୋନା ପଜିଟିଭ୍ […]

You May Like

Pin It on Pinterest