ଆଜିର ଖାସ୍ ଖବର

ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୫୫ହଜାର ୫କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୧୧୮୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୬୭୩ ରହିଛି।

ଆଜି ରାଜ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ପାଇଛି । 

ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି, ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ୍ ଚିହ୍ନଟ,ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି । 

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିିବ ବିରୋଧୀ

ଆଜି ଅର୍ଥାତ ସୋମବାର ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଜିମ ଓ ଯୋଗକେନ୍ଦ୍ର ଖୋଲାଯାଇଛି । 

କରୋନା ଭାଇରସ ମୁକାବିଲା ଲାଗି ଟିକା ଆସନ୍ତା ବର୍ଷର ପ୍ରଥମ ୩ ମାସ ମଧ୍ୟରେ ଆସିବ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସୂଚନା । 

ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୭ ରେ ପହଞ୍ଚିଛି । ଏବେ ୯ ଲକ୍ଷ ୮୬ ହଜାର ୫୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୩୭ ଲକ୍ଷ ୮୦ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବାକି ୭୯,୭୨୨ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । 

ବିହାରରେ ତିନୋଟି ପେଟ୍ରୋଲିୟମ୍ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ବିଶ୍ୱରେ ୨ କୋଟି ୯୧ ଲକ୍ଷ ୭୫ ହଜାର ୪୫୪ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୯ ଲକ୍ଷ ୨୭ ହଜାର ୯୮୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ୨  କୋଟି ୧୦ ଲକ୍ଷ ୧୮ ହଜାର ୮୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୨୮  ହଜାର ୬୫୭ ଜଣ ଲୋକ ସକ୍ରିୟ ଅଛନ୍ତି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Sep 15 , 2020
ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ(ୟୁଜି)ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ୧୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।  ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ । ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ […]

You May Like

Pin It on Pinterest