ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୦ରୁ ୨୨ତାରିଖ, ୩ ଦିନ ଧରି ରାଜ୍ୟବ୍ୟାପୀ ଭଲ ବର୍ଷା ହେବ: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା।
ଯୁକ୍ତ୨ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ସାମ୍ ସ ୱେବସାଇଟ୍ ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ।
୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ ସାଙ୍ଗକୁ ରାଜଧାନୀରେ ୧୯ଟି ଦୋକାନ ବନ୍ଦ କରିଲା କମିସନରେଟ୍ ପୁଲିସ୍ ।

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୨,୧୪,୬୭୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୧୭୭୫୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୪,୩୭୨ ରହିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୪୧,୧୨୫,୫୧ ରେ ପହଞ୍ଚିଛି ।
ମହଙ୍ଗା ହେବ ଟିକେଟ : ରେଳବାଇ ବ୍ୟସ୍ତ ଷ୍ଟେସନରେ ‘ୟୁଜର୍ସ ଫି’ ଅସୁଲି କରିବାକୁ ଯୋଜନା କରୁଛି । ୟୁଜର ଫି ଟିକେଟର ମୂଲ୍ୟରେ ଯୋଡ଼ାଯିବ ।
ଆଜି ୫୧୬ କୋଟିରେ ନିର୍ମିତ କୋସି ରେଳ ପୋଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
କେନ୍ଦ୍ର ସରକାରଙ୍କ ନୂଆ କୃଷକ ବିଲ୍କୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ହର୍ସିମ୍ରତ କୌର ବାଦଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ।
ନରେନ୍ଦ୍ର ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ।
ବ୍ରିକ୍ସ ସମୂହ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ ହେଲେ ଅଜିତ ଡୋଭାଲ ।
ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୩ କୋଟି ୩ ଲକ୍ଷ ୩୩ ହଜାର ୯୧୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୫୦ ହଜାର ୧୩୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୨୦ ଲକ୍ଷ ୨୧ ହଜାର ୯୨୦ ଜଣ ସୁସ୍ଥ ହୋଇଥିବା ବେଳେ ୭୩ ଲକ୍ଷ ୬୧ ହଜାର ୮୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
