ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ।
ଆଜି ରାଜ୍ୟ ରେ ୩0ଟି ଜିଲାରୁ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୩୩୪ରେ ପହଞ୍ଚିଛି । ଏଥିମଧ୍ୟରୁ ୩୫୩୨୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୯୦୦୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି ।
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ।
ଆସନ୍ତା ଅକ୍ଟୋବର ୩୧କୁ ବଢ଼ିଲା ସ୍ୱର୍ଗଦ୍ୱାର କଟକଣା ।
୧୨ରୁ ଓଜେଇଇ, ୫ରୁ ମିଳିବ ଆଡମିଟ୍ କାର୍ଡ ।
ବଢ଼ିଲା ପ୍ଲସ ୩ ନାମଲେଖା ଅବଧି । ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା, ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ।

ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ଭାରତରେ ୬୩,୯୪,୦୬୮ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୫୩୫୨୦୭୮ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୯, ୭୭୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୪୨, ୨୧୭ ରହିଛି।
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଶ୍ୱିକ ଭାରତୀୟ ବୈଜ୍ଞାନିକ ସମ୍ମିଳନୀକୁ ସମ୍ବୋଧନ କରିବେ ।
‘ଜହ୍ନମାମୁଁ’ର ଚିତ୍ରକର କେସି ଶିବଶଙ୍କରଙ୍କ ଦେହାନ୍ତ ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ହୋପ୍ ହିକ୍ସ କରୋନା ଆକ୍ରାନ୍ତ ହୋଇଥିବାରୁ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପତ୍ନୀ ମେଲାନିଆ ଟ୍ରମ୍ପ ଗୃହ ସଂଗରୋଧରେ ।
ଆସନ୍ତା ୩୧ ଅକ୍ଟୋବରରେ ଦେଖାଯିବ ‘ନୀଳଜହ୍ନ’, ୭୬ ବର୍ଷ ପରେ ବିରଳ ମହାଜାଗତିକ ଦୃଶ୍ୟ ।
