+୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କୁ ଦୂରଦର୍ଶନ ପଢ଼ାଇବ ପାଠ …..

ବାସ୍ତବବ୍ୟୁରୋ: କୋରୋନା ମହାମାରୀ ସଙ୍କଟ କେବେ ଟଳିବ ତାହା ଇଶ୍ୱରଙ୍କୁ ଜଣା,ଏଥିରେ ସମସ୍ତଙ୍କର କ୍ଷତି ହେଉଛି । ସବୁଠାରୁ ବଡ଼ଚିନ୍ତା ପିଲାଙ୍କ ଭବିଷ୍ୟତ କୁ ନେଇ ,ସ୍କୁଲ ,କଲେଜ କେବେ ଖୋଲିବ କାହାକୁ ଜଣା ନଥିଲାବେଳେ ,ସରକାର ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ(ଡିଡି ଓଡ଼ିଆ) ମାଧ୍ୟମରେ ରେ ଶିକ୍ଷା ଦେବାପାଇଁ ସ୍ଥିର କରିଛନ୍ତି ।

ଅକ୍ଟୋବର ୨୬ରୁ ନଭେମ୍ବର ୨ ପର୍ଯ୍ୟନ୍ତ ୬ ଦିନ ଧରି ବାଣିଜ୍ୟ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରେ ପଢ଼ାଯିବ। ୨୬ ତାରିଖରେ ବାଣିଜ୍ୟ, ୨୭ରେ ରସାୟନ ବିଜ୍ଞାନ, ୨୮ ଓ ୨୯ରେ ଗଣିତ, ୩୦ରେ ଉଦ୍ଭିଦ ବିଜ୍ଞାନ ଓ ୨ ତାରିଖରେ ଜୀବ ବିଜ୍ଞାନ ବିଷୟରେ ପ୍ରସାରଣ ହେବ।ଶନିବାର ଓ ରବିବାର ବ୍ୟତୀତ ବାକି ଦିନରେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ , ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେବ। ଏସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ଆଜି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଥିବାର ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ସପ୍ତମୀ ପୂଜା ...ଆସନ୍ତୁ ଜାଣିବା କିପରି କରିବା ମା କାଳରାତ୍ରୀଙ୍କ ଆରାଧନା ....

Fri Oct 23 , 2020
ନବରାତ୍ରୀ ସପ୍ତମ ଦିନ : ନବରାତ୍ରୀଙ୍କର ସପ୍ତମ ଦିନ ମାକାଳରାତ୍ରୀଙ୍କୁ ଉତ୍ସର୍ଗ କରାଯାଇଛି | ନବରାତ୍ରୀର ସପ୍ତମ ଦିନରେ ମାତା କାଳରାତ୍ରୀଙ୍କୁ ପୂଜା କରାଯାଏ | ମା କାଳରାତ୍ରୀଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ବିଷୟରେ ଆଜି ଆଲୋଚନା କରିବା । ଆସନ୍ତୁ ପୂଜା ପଦ୍ଧତି ଏବଂ ମା କାଳରାତ୍ରୀଙ୍କ କାହାଣୀ ଜାଣିବା |ନବବ୍ରତର ସପ୍ତମ ଦିନ: ପଞ୍ଚଙ୍ଗ ଅନୁଯାୟୀ ଅକ୍ଟୋବର ୨୩ ତାରିଖ ହେଉଛି ଅଶ୍ୱିନ ମାସର ଶୁକ୍ଲା […]

You May Like

Pin It on Pinterest