
ଅନ୍ତରାଷ୍ଟ୍ରୀୟ ବଜ଼ାର ରେ ଆଷୋଦ୍ଧିତ ତୈଳ ର ଦାମ ଅଳ୍ପ ବଡ଼ି ଥିଲେ ମଧ୍ୟ ମଙ୍ଗଳବାର ସୁଦ୍ଧା ୬ ଦିନ ରେ ପହଞ୍ଚିଛି ପେଟ୍ରୋଲ ଦାମ ଶସ୍ତା ହେଉଥିବାବେଳେ ଦିଜେଲ ର ଦାମ ସେ ପରି ସ୍ଥିର ରହିଛି. ସୋମବାରକୁ ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା କମିଥିବା ବେଳେ , ଡିଜେଲ ଦର ରେ କୌଣସି ପରିବର୍ତ୍ତନ ହୋଇନାହିଁ. ଦିଲ୍ଲୀ ରେ ଆଜି ସକାଳେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ରେ ୯ ପଇସା କମ ହୋଇ ୭୨.୨୮ ଟଙ୍କା ଥିବା ବେଳେ ଡିଜେଲ ପୁରୁଣା ମୂଲ୍ୟ ୬୫.୯୪ ଟଙ୍କା ରେ ସ୍ଥିର ରହିଛି. ସେହିପରି କୋଲକାତା,ମୁମ୍ବାଇ ପେଟ୍ରୋଲ ଦର ୯ ପଇସା କମ ଥିବା ବେଳେ, ଚେନ୍ନାଇ ରେ ୧୦ ପଇସା ପ୍ରତି କମ ହୋଇଛି. ସେହିପରି ଓଡିଶା ରେ ମଧ୍ୟ ଏହାର ପ୍ରଭାବ ଦେଖିବା କୁ ମିଳିଛି ଯଥା ଭୁବନେଶ୍ୱର ରେ ପେଟ୍ରୋଲ ଲିଟର ପିଛା ୭୧.୨୮ ଟଙ୍କା, ପୁରୀ ରେ ୭୧.୪୫,କଟକ ରେ ୭୧.୦୫,ବାଲେଶ୍ୱର ରେ ୭୧.୨୬,ସମ୍ବଲପୁର ରେ ୭୧.୭୫,ବଲାଙ୍ଗୀର ରେ ୭୨.୦୬,ବରଗଡ ରେ ୭୨.୦୨,ଅନୁଗୁଳ ରେ ୭୨.୨୭, ରାୟଗଡା ରେ ୭୪.୦୩, କୋରାପୁଟ ରେ ୭୪.୦୩, ରହିଛି.