ଆଜିର ଖାସ୍ ଖବର

ଆଜି ହେଉଛି ପବିତ୍ର ବଡ଼ ଓଷା, ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ହେବ । ତେବେ ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ବେଶ ହେବାକୁ ଯାଉଛି ।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା‌ରେ ଆକ୍ରାନ୍ତ ହୋଇଛନ୍ତି। ଟ୍ବିଟ୍ କରି  ବୈଜୟନ୍ତ ଏ ସଂପର୍କରେ ସୂଚନା ଦେଇଛନ୍ତି । 

ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ, ଖଣି, ବ୍ୟବସାୟିକ ସଂସ୍ଥା ଓ ରେଳବାଇ ଉପରେ ୩୯୩୬.୮୬ କୋଟି ଟଙ୍କାର ଜଳ କର ବାକି ପଡ଼ିଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ । ଗତ ୨୪ ଘଣ୍ଟା‌ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

କୋଭିଡ୍ ଟିକା ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ କରିବାକୁ ଆଜି ୩ଟି ସହର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦରେ ଜାଇଡସ୍ ବାଇଓଟେକ୍ ପାର୍କ ଥିବା ବେଳେ ହାଇଦ୍ରାବାଦରେ ଭାରତ ବାଇଓଟେକ୍ ଟିକା ପ୍ରସ୍ତୁତି କରୁଛି  ସେହିପରି ପୁନେରେ ସିରମ ଇନଷ୍ଟିଚ୍ୟୁଟର ଟିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି ।

ରାଜ୍ୟ କରୋନା ଟିକାକରଣ ପାଇଁ ଆବଶ୍ୟକ କୋଲ୍‌ଡ ଚେନ୍ ଓ ଲଜିଷ୍ଟିକ୍ ପାଇଁ କେନ୍ଦ୍ରକୁ ୩୩ କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର।

 ପାକିସ୍ତାନର ନଜର ଏବେ ଦୁଷ୍କର୍ମକାରୀଙ୍କ ଉପରେ ପଡ଼ିଛି । ଦୁଷ୍କର୍ମକାରୀଙ୍କୁ ରାସାୟନିକ ଉପାୟରେ ନପୁଂସକ କରିବାର ଦଣ୍ଡବିଧି ଲାଗୁ କରି ଦିଆଯାଇଛି । ଏହି ଅପରାଧ ଅନୁସାରେ କେବଳ ନପୁଂସକ କରି ଦିଆଯିବନି , ଏହାସହ ଫାଶୀ ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଚୀନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠାରୁ ବଡ଼ ପଦକ୍ଷେପ ଲାଗୁ କରିବ। ଅଷ୍ଟ୍ରେଲୀୟ ମଦ ଉପରେ ଟିକସ ଲଗାଇବ ଚୀନ୍‌ । ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅଷ୍ଟ୍ରେଲୀୟ ମଦ ଉପରେ ୧୦୭.୧ ପ୍ରତିଶତରୁ ୨୧୨.୧ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଯିବ ।

୨୦୦୮ ନଭେମ୍ବର ୨୬ରେ ଘଟିଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବା ସଦସ୍ୟ ସାଜିଦ୍‌ ମୀର୍‌କୁ ଏବେ ଆମେରିକା ଖୋଜୁଛି। ସାଜିଦ୍‌କୁ ଧରାଇ ଦେଲେ ୫୦ ଲକ୍ଷ ଡଲାର (୩୭ କୋଟି ଟଙ୍କା) ପୁରସ୍କାର ମିଳିବ ବୋଲି ଆମେରିକା ପ୍ରଶାସନ ଘୋଷଣା କରିଛି।

ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି

ଭାରତରେ ରୁଷ୍‌ର କୋଭିଡ୍‌ ଟିକା ସ୍ପୁଟନିକ ଭି’ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍‌ କର୍ତ୍ତୃପକ୍ଷ ଆଜି ଘୋଷଣା କରିଛନ୍ତି।

ମହାକାଶରେ ଆଜି ଭାରତ ଓ ରୁଷିଆର ଦୁଇଟି ଉପଗ୍ରହ ବିପଜ୍ଜନକ ଭାବେ ନିକଟତର ହୋଇଛନ୍ତି। ଭାରତର କର୍ଟୋସାଟ୍‌ ୨ଏଫ୍‌ ଉପଗ୍ରହ ଏବଂ ରୁଷିଆର ଭୂ-ନିରୀକ୍ଷଣ ଉପଗ୍ରହ (କାନୋପସ୍‌-ଭି) ପରସ୍ପରର ମଧ୍ୟରେ ଦୂରତା ମାତ୍ର ୨୨୪ ମିଟର ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣଙ୍କର ନଖ ଚୋବାଇବା ଅଭ୍ୟାସ ଅଛିକି ...?

Sat Nov 28 , 2020
ନଖ ଚୋବାଇବା ପେଟ ତଥା ପାଟି ପାଇଁ କ୍ଷତିକାରକ, କିପରି ଯାଣନ୍ତୁ |ନଖ ଚୋବାଇ ଦ୍ୱରା ପାରୋନିଚିଆ (ନଖ ଚାରିପାଖରେ ଚର୍ମର ପ୍ରଦାହ) ହେବାର ଆଶଙ୍କା ବଢ଼ିଥାଏ | ପାରୋନିଚିଆର ଲକ୍ଷଣ ମଧ୍ୟରେ ନଖ ଚାରିପାଖରେ ଯନ୍ତ୍ରଣାଦାୟକ, ଲାଲ, ଫୁଲିଯାଇଥିବା ଅନୁଭବ ଅନ୍ତର୍ଭୁକ୍ତ | କିଛି ଲୋକ ନର୍ଭସ କିମ୍ବା ଚାପରେ ଥିବାବେଳେ ନଖ ଚୋବାଇଥାନ୍ତି | ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବଦା ନଖ ଚୋବାଇବାର […]

You May Like

Pin It on Pinterest