ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଯାତ୍ରା କରିବ I

ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ର ସମୟ ସାରଣୀକୁ ପରିବର୍ତ୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଅଛି I
୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ମାସ ପହିଲା ଠାରୁ ବଲାଙ୍ଗୀର ଠାରୁ ବର୍ତ୍ତମାନ ସ୍ଥିରୀକୃତ ସମୟ ଅପରାହ୍ନ ୨ଘ.୩୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୪୫ମି. ରେ ବଲାଙ୍ଗୀର ଠାରୁ ଛାଡି ଭୁବନେଶ୍ୱର ଠାରେ ପୂର୍ବନିର୍ଦ୍ଧାରିତ ସମୟ ରାତ୍ର ୯ଘ.୪୦ମି. ପରିବର୍ତ୍ତେ ରାତ୍ର ୯ଘ.୫୫ମି. ରେ ପହଞ୍ଚିବ I

ବଲାଙ୍ଗୀର ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଟର ସିଟି ଏକ୍ସପ୍ରେସ ପାଇଁ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇ ଅଛି I ବଲାଙ୍ଗୀର-ଭୁବନେଶ୍ୱରଇଣ୍ଟର ସିଟି ଏକ୍ସପ୍ରେସ ଲୋଇଶିଙ୍ଗା ରୁ ଅପରାହ୍ନ ୩ଘ.୦୩ମି.ରେ, ବରଗଡ଼ ରୋଡ଼ ରୁ ଅପରାହ୍ନ ୩ଘ.୪୯ମି.ରେ, ସମ୍ବଲପୁର ରୁ ଅପରାହ୍ନ ୪ଘ.୫୦ମି.ରେ, ରେଢ଼ାଖୋଲ ରୁ ଅପରାହ୍ନ ୫ଘ.୫୭ମି.ରେ, ଅନୁଗୁଳ ରୁ ସନ୍ଧ୍ୟା ୭ଘ.୨୯ମି.ରେ, ତାଳଚେର ରୋଡ଼ ରୁ ସନ୍ଧ୍ୟା ୭ଘ.୪୧ମି.ରେ, ଢେଙ୍କାନାଳ ରୁ ରାତ୍ର ୮ଘ.୩୧ମି.ରେ ଏବଂ ନରାଜ ମାର୍ଥାପୁର ରୁ ରାତ୍ର ୯ଘ.୧୭ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରିବ I
ଭୁବନେଶ୍ୱର ରୁ ସକାଳେ ଛାଡୁଥିବା ୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ଏକ୍ସପ୍ରେସ ସମୟ ସାରଣୀ ଓ ସ୍ଥିରୀକୃତ ଷ୍ଟେସନରେ କୌଣସି ପରିବର୍ତ୍ତନ ହେବନାହିଁ I