ବାସ୍ତବବ୍ୟୁରୋ:କଂଗ୍ରେସର ୧୩୬ ତମ ଫାଉଣ୍ଡେସନ ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ |
କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିଦେଶ ଗସ୍ତରେ ଯାଇଛନ୍ତି । ଦଳ ଏହି ସୂଚନା ଦେଇଛି। ତେବେ ରାହୁଲ ଗାନ୍ଧୀ କେଉଁଆଡେ ଯାଇଛନ୍ତି ବୋଲି କଂଗ୍ରେସ ପ୍ରକାଶ କରି ନାହିଁ। କିନ୍ତୁ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ନିଶ୍ଚିତ କରିଛନ୍ତି ଯେ ସେ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି।
ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସ୍ୱଳ୍ପ ବ୍ୟକ୍ତିଗତ ଗସ୍ତ ପାଇଁ ଯାଇଛନ୍ତି ଏବଂ ସେ କିଛି ଦିନ ପାଇଁ ବାହାରକୁ ରହିବେ । ପୂର୍ବତନ କଂଗ୍ରେସ ମୁଖିଆ କୁଆଡେ ଗଲେ ବୋଲି ପଚରାଯିବାରୁ ସୁରଜୱାଲା କିଛି ପ୍ରକାଶ କରି ନାହାଁନ୍ତି।
ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ସକାଳେ କତାର ଏୟାରୱେଜ୍ ବିମାନରେ ଇଟାଲୀର ମିଲାନ ଅଭିମୁଖେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଜେଜେମାଆ ଇଟାଲୀରେ ରୁହନ୍ତି ଏବଂ ସେ ଏହା ପୂର୍ବରୁ ତାଙ୍କୁ ଦେଖା କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ରାହୁଲ ବିଦେଶ ଯିବାର ଗୋଟିଏ ଦିନ ପରେ ସୋମବାର( ଆଜି) ହେଉଛି କଂଗ୍ରେସର ୧୩୬ ତମ ଫାଉଣ୍ଡେସନ୍ ଡେ। ଏହି ଅବସରରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରାଯିବ।



