ନରସିଂହ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କଲେ – ମୁଖ୍ୟମନ୍ତ୍ରୀ

ବାସ୍ତବବ୍ୟୁରୋ: ଆଜି ସୋମବାର ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ସିବିଆଇ ଅଫିସ୍ ଘେରାଉ କରିଥିଲା। ଏହି ଘେରାଉରେ କଂଗ୍ରେସର ବିଧାୟକ ଦଳର ନେତା ତଥା ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ସେ ଭାଷଣା ଦେଉଥିବା ସମୟରେ ​ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ଥିବା ଅନ୍ୟ କଂଗ୍ରେସ କର୍ମୀମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି |

ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଟ୍ବିଟ୍‌ରେ ଲେଖିଛନ୍ତି ଯେ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ପଚାରି ବୁଝିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୯ ତାରିଖ ମଙ୍ଗଳବାର ଦିନ ୧୦ଟାରେ ବିଜେପିର ବିଶାଳ କୃଷି ସମାବେଶ

Mon Dec 28 , 2020
ବାସ୍ତବବ୍ୟୁରୋ: ଆସନ୍ତା ୨୯ ତାରିଖ ସୋମବାର ଦିନ ୧୦ଟାରେ , କେନ୍ଦ୍ର ସରକାରଙ୍କ କୃଷି ନିତୀକୁ ସମର୍ଥନ କରି ଓଡିଶା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାଲେଶ୍ବର କୁରୁଡ଼ାହାଟ ପଡ଼ିଆଠାରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ବିଧାୟକ ମୋହନ […]

You May Like

Pin It on Pinterest