ବାସ୍ତବବ୍ୟୁରୋ:ଆଜି ସକାଳେ ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଟ୍ରକ୍ ଆକ୍ସିଡେଣ୍ଟ ରେ ମର୍ନିଙ୍ଗ ୱାକ ରେ ଯାଉଥିବା ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି ।ମୃତ ଯୁବତୀଜଣକ ହେଉଛନ୍ତି ବର୍ଷାରାଣୀ ଜେନା। ସକାଳେ ବାନ୍ଧବୀମାନଙ୍କ ସହ ସେ ସକାଳ ବୁଲାରେ ଯାଉଥିଲେ। ଏହି ସମୟରେ ‘ଚିପ୍ସ୍’ ନେଇ ଆସୁଥିବା ‘ଓଆର୍-୦୪ଏଚ୍-୭୨୭୪’ ନମ୍ବରଧାରୀ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇ ଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ, ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣି ଥିଲେ।ସେଠାକାର ଡାକ୍ତର,ବର୍ଷା ମୃତବୋଲି ଘୋଷଣା କରିଥିଲେ।
ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଡ୍ରାଇଭର୍ ଓ ହେଲ୍ପର୍ ଫେରାର ହୋଇଯାଇଥିବାବେଳେ। ଣାସ୍ଥଳରେ କାଠଗଡ଼ ପକାଇ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି।