ସରକାରଙ୍କ ନିଷ୍ପତ୍ତି ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ୍‌ କଟକଣା ଭିତରେ ପାଳନ ହେବ …

ବାସ୍ତବବ୍ୟୁରୋ:(ଭୁବନେଶ୍ବର)ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ୍‌ କଟକଣା ଭିତରେ ପାଳନ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପରେଡ଼୍‌ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮କୁ ହ୍ରାସ କରାଯାଇଛି । ଏହାସହିତ ଗତବର୍ଷ ସ୍ବାଧୀନତା ଦିବସରେ ଯେପରି କରୋନା ଯୋଦ୍ଧାଙ୍କୁ ଆଗଧାଡ଼ିରେ ବସିବାକୁ ଆମନ୍ତ୍ରଣ କରାଯାଇଥିଲା, ଠିକ ସେହିପରି ଏଥରକ ଗଣତନ୍ତ୍ର ଦିବସରେ ବି ଆମନ୍ତ୍ରଣ କରାଯିବ। ସାଧାରଣ ଜନତା ପରେଡ଼୍ ସ୍ଥଳକୁ ନ ଆସି ଟେଲିଭିଜନ୍‌ ମାଧ୍ୟମରେ ପରେଡ଼ ଉତ୍ସବ ଦେଖିପାରିବେ।

Photo by social media

ଏ ନେଇ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରେଡ଼୍‌, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ୍‌, ଫାଷ୍ଟଏଡ଼୍‌ ଓ ଆମ୍ବୁଲାନ୍‌ସ୍‌ ସେବା ଆଦି ବିଭିନ୍ ବିଷୟ ଉପରେ ଆଲୋଚନା ହୋଇଛି। ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବେ।

Photo by social media

ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍‌ ମହାନ୍ତି, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାତ୍ର ୭ ,୯୯୯ ଟଙ୍କାରେ ଏକ ନୂଆ ମୋଟୋ ଜି 5G ସ୍ମାର୍ଟଫୋନ୍..

Fri Jan 8 , 2021
ବାସ୍ତବବ୍ୟୁରୋ:ନୂଆଦିଲ୍ଲୀ: ଆପଣ ଏକ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଥରେ ଏହି ସ୍କିମ୍ ଉପରେ ନଜର ପକାନ୍ତୁ | ଆପଣ ମାତ୍ର ୭ ,୯୯୯ ଟଙ୍କା ପାଇଁ ଏକ ନୂଆ ମୋଟୋ ଜି 5G ପାଇପାରିବେ | ଆମେ ଏଠାରେ ଏକ ଉତ୍ତମ ଉପାୟ କହୁଛୁ ଯାହା ସାହାଯ୍ୟରେ ଆପଣ ଅତି ସହଜରେ ଏହି ମହାନ ସ୍ମାର୍ଟଫୋନ୍ କିଣି ପାରିବେ | ଫ୍ଲିପକାର୍ଟରେ ବିକ୍ରି ଚାଲିଛି |ଯଦି ଆପଣ […]

You May Like

Pin It on Pinterest