ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା …

ବାସ୍ତବବ୍ୟୁରୋ:(ବାଲେଶ୍ୱର)ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା, ୨୦୦୯ ମସିହାରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଶ୍ରୀଦାଶ,ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି। ଶ୍ରୀ ଦାଶଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗୀ ।

ଆପଣମାନେ ଜାଣିଥିବେ ,ପୂର୍ବତନ ବିଧାୟକ ଶ୍ରୀ ଦାଶ ୨୦୦୯ ମସିହାରେ ବିଜେପି ଛାଡ଼ି ବିଜେଡିରେ ସେ ସାମିଲ ହୋଇଥିଲେ। ଏହାପରେ ୨୦୦୫ରେ ବିଜେପି ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଠାରୁ ପରାଜିତ ହୋଇଥିଲେ। ଗତ ଉପନିର୍ବାଚନରେ ଶ୍ରୀ ଦାଶଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବନ କରାଯାଇଥିଲା |

ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମାନସ କୁମାର ଦତ୍ତ, ଅଂଶୁମାନ ମହାନ୍ତି, ରାକେଶ ମଲିକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଏବଂ ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଶର ପ୍ରଥମ ଏୟାର ଟ୍ୟାକ୍ସି ଚଣ୍ଡିଗଡ଼ରୁ ହିସାର...

Thu Jan 14 , 2021
ବାସ୍ତବବ୍ୟୁରୋ: ଦେଶର ପ୍ରଥମ ଏୟାର ଟ୍ୟାକ୍ସି ଚଣ୍ଡିଗଡ଼ରୁ ହିସାର, ୪୫ ମିନିଟର ଯାତ୍ରା ,୧୭୫୫ ଟଙ୍କା ଭଡା ଦେବାକୁପଡିବ | ଆଜି ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଚଣ୍ଡିଗଡ଼ ବିମାନବନ୍ଦରରୁ ହିସାର ପର୍ଯ୍ୟନ୍ତ ଏୟାର ଟ୍ୟାକ୍ସି ସେବାକୁ ଫ୍ଲାଗ୍ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ ଆଜି ଆମ ପାଇଁ ଏକ ବିଶେଷ ଦିନ। ସିଏମ୍ କହିଛନ୍ତି ଯେ ସମକକ୍ଷ ଭାବରେ ଆଜି ମକର […]

You May Like

Pin It on Pinterest