ବାସ୍ତବବ୍ୟୁରୋ: ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ମେ ୧୮ରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖରେ ଶେଷ ହେବ |
ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତିକି,କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ସେହିିପରି ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମେ ୨୮ ତାରିଖରେ ହେବ ।
ଏ ବର୍ଷ ବିଜ୍ଞାନ ବିଭାଗରେ ଇଂରାଜି ବଦଳରେ ଫିଜିକ୍ସ ପରୀକ୍ଷା ପ୍ରଥମେ ହେବ |ସବୁଠୁ ବଡ କଥା ହେଲା, ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ୱ ଦେଇ ବିଜ୍ଞାନ ବିଭାଗର ପରୀକ୍ଷାକୁ ଶୀଘ୍ର ଶେଷ କରିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗଣଶିକ୍ଷା ବିଭାଗ ଏହାପୂର୍ବରୁ କରୋନା ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷା ପାଇଁ ଭିନ୍ନ ରଣନୀତି ଆପଣାଇଥିଲା। କରୋନାର ପ୍ରକୋପ କମିବା ମାତ୍ରେ +୨ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ କରାଯାଇଥିଲା ।



