ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦେଶକଙ୍କ ସୂଚନା ବିଭିନ୍ନରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଅଛି

ବାସ୍ତବବ୍ୟୁରୋ:ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦେଶକ ଭରୂଡ ଭେଙ୍କଟେଶ୍ବର ରାଓ ସୂଚନା ଦେଇ କହିଛନ୍ତିକି,କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ପତ୍ର ମିଳିବା ପରେ ଆଜିଠାରୁ ବିଭିନ୍ନରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଅଛି ।

ଏହା ପୂର୍ବରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ,ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଯାହାର କିଛି ପଜିଟିଭ୍ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ।

ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ଚାରି ହଜାର ଯାତ୍ରୀ ଓଡ଼ିଶା ଆସୁଛନ୍ତି। ପ୍ରାୟ ୩୨ଟି ବିମାନ ଭୁବନେଶ୍ୱର ବିମାନ ବନ୍ଦରକୁ ଯାତାୟତ କରୁଛି। ଏଥିମଧ୍ୟରୁ ଦିଲ୍ଲୀରୁ ୧୦ ଟି, ମୁମ୍ବାଇରୁ ୫ଟି, ହାଇଦ୍ରାବାଦରୁ ତିନି ତଥା ସୁରାଟ, କୋଲକାତା, ଚେନ୍ନାଇ ପ୍ରଭୃତି ସ୍ଥାନରୁ ବିମାନ ଆସୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତୀୟ ଭେଟେରାନ ଅଲରାଉଣ୍ଡର ୟୁସୁଫ ପଠାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା...

Fri Feb 26 , 2021
ଭାରତୀୟ ଭେ ଟେରାନ ଅଲରାଉଣ୍ଡର ୟୁସୁଫ ପଠାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ବାସ୍ତବବ୍ୟୁରୋ:ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ୟୁସୁଫ୍ ପଠାନ୍ ଶୁକ୍ରବାର ଦିନ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ୫୭ ଦିନିକିଆ ଏବଂ ୨୨ ଟି -20 ଅନ୍ତର୍ଜାତୀୟ ଖେଳିଥିବା ୟୁସୁଫ ପଠାନ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସହ କ୍ରିକେଟକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଠାନ୍ ଲେଖିଛନ୍ତି, […]

You May Like

Pin It on Pinterest