ଆଜି ଖାସ୍ ଖବର

ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି  ।

ଏବେ ଠାରୁ ଅସମ୍ଭାଳ ତାତି ।  ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି ।

୫ଟି ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବା ଲାଗି କୁହାଯାଇଛି।

କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ କରିଛନ୍ତି । ବିଏସଏଫ ଯବାନ ବିପୁଳ ପରିମାଣର ବିସ୍ଫୋରକ ଠାବ ହୋଇଛି ।

ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ ଚିନ୍ତା କରୋନା ଗାଇଡଲାଇନକୁ ଆହୁରି କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଦେଶର ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଏବଂ କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରି ବିଧାନସଭା ପାଇଁ ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୭ ତାରିଖରୁ ମତଦାନ ଆରମ୍ଭ ହୋଇ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ୮ଟି ଚରଣରେ ଭୋଟରମାନେ ଭୋଟ ଦେବେ। 

ଆଜି (ଶନିବାର) ପୁଣି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇଛି । ଶନିବାର ପେଟ୍ରୋଲ ୨୪ରୁ ୨୫ ପଇସା ବୃଦ୍ଧି ପାଉଥିବା ବେଳେ ଡିଜେଲ ୧୫ରୁ ୧୬ ପଇସା ବଢିଛି । 

ଆଜିଠୁ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭାରତୀୟ ଖେଳଣା ମେଳାକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ।

ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ଯୁସୁଫ ପଠାନ ଏବଂ ବିନୟ କୁମାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଯୁସୁଫ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା କଥା ଉଲେଖ କରିଛନ୍ତି

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୨୭ ହଜାର ୯୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୮ କୋଟି ୯୫ ଲକ୍ଷ ୧୯ ହଜାର ୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧୨ ହଜାର ୯୧୨ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିବେ 'ମନ୍ କି ବାତ"...

Sun Feb 28 , 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିବେ ‘ମନ୍ କି ବାତ” ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳ ୧୧ ଟାରେ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାଟ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ଏହା ତାଙ୍କର ୭୪ ତମ ଠିକଣା ହେବ | ଏହି ସମୟ ମଧ୍ୟରେ ସେମାନେ ଦେଶରେ କରୋନା ବୃଦ୍ଧି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ବିଷୟରେ ଆଲୋଚନା କରିପାରିବେ। ଏଥି ସହିତ, ୭୩ ତମ […]

You May Like

Pin It on Pinterest