ବାସ୍ତବବ୍ୟୁରୋ:ଆଜି ଚାଷୀ ନେତା ଖେମରାଜ ବାଘଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମଣ୍ଡି ଦୁର୍ନୀତି ପ୍ରତିବାଦରେ ଚନ୍ଦାହାଣ୍ଡିଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୩୦ କିମି କିଷାନ୍ ପଦଯାତ୍ରା ଆରମ୍ଭ କରାଯାଇଛି ।

ଆଜି ସ୍ଥାନୀୟ ପେଣ୍ଡାରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପ୍ସ ଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଝରିଗାଁ, ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ଦେଇ ଏହି ପଦଯାତ୍ରା ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ରେ ପହଞ୍ଚିବ ।
ଶ୍ରୀ ବାଘଙ୍କ କହିବାନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରାରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି, ଜଙ୍ଗଲ ଜମି ପଟ୍ଟାର ଅଧିକାର, ମଣ୍ଡି ଦୁର୍ନୀତିରେ ଜଡ଼ିତ ବ୍ୟକ୍ତି ଓ ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମଣ୍ଡିରୁ ସମସ୍ତ ଚାଷୀଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀ ଶୀଘ୍ର ପଇସା ପ୍ରଦାନ ପ୍ରଭୁତି ଦାବି ରହିଛି।



