ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ସମ୍ବଲପୁର

ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି I ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଅଟେ I

ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ଷ୍ଟେସନ କର୍ମଚାରୀମାନେ ଏକ ଶପଥ ଗ୍ରହଣ ଉତ୍ସବ ରେ ଭାଗନେଇ ସମ୍ବଲପୁର ଷ୍ଟେସନରେ ଥରେ ଉପଯୋଗୀ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ଶପଥ ନେଇଥିବା ବେଳେ ଅନ୍ୟମାନଙ୍କୁ ଏଠାରେ ପ୍ଲାଷ୍ଟିକ ବ୍ୟବହାର ନକରାଇବାକୁ ବରଂ କରିବାକୁ ସଚେତନତା କରାଇବେ I

ବହୁ ସଂଖ୍ୟାରେ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମ୍ବଲପୁର ଷ୍ଟେସନ ଠାରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶପଥ ନେଇଥିଲେ I

ସମ୍ବଲପୁର ରେଳ ଷ୍ଟେସନ, ରେଳବାଇ କାର୍ଯ୍ୟାଳୟ ଓ ପରିସର ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼. ଜୟଦୀପ ଗୁପ୍ତା ଏକ ପ୍ରେରଣାଦାୟୀ ଉଦବୋଧନ ଦେଇ ପରିବେଶ ପ୍ରତି ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ I

ମହାପ୍ରବନ୍ଧକ ଶ୍ରୀ ଗୁପ୍ତାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଏକ ରାଲି ଆୟୋଜନ କରି ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ଏବଂ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ସମ୍ବନ୍ଧରେ ସଚେତନତା କରାଇଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Thu Aug 29 , 2019
୧-ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ଉଚ୍ଚ ଶିକ୍ଷା ମନ୍ତ୍ରୀ। ୨-ଜାମ୍ମୁ କାଶ୍ମୀର ବିକାଶ ଖସଡ଼ା: ତିନି ମାସ ମଧ୍ୟରେ ନିଯୁକ୍ତି ପାଇବେ ୫୦ହଜାର। ୩-ଝାରସୁଗୁଡ଼ା:ଅଭାବୀ ଯୁବକ ଶଶିକାନ୍ତ ଶର୍ମାଙ୍କ ସଫଳ କାହାଣୀ, ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ । ୪-ଭୁବନେଶ୍ୱର ପରେ ଦବିଲା କଟକ କାଠଯୋଡ଼ି ପୋଲ, ଗାଡି ଚଳାଚଳ ବନ୍ଦ। ୫-ନୂଆଖାଇକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ରେ ଆଗୁଆ ଦରମା ଦେବାକୁ […]

You May Like

Pin It on Pinterest